ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ସେବା ସମବାୟ ସମିତି ଆନୁକୁଲ୍ୟରେ ଆଙ୍କୁଲା ଚଟି ସପ୍ତଦୋଳ ପଡିଆ ଠାରେ ଯଥାରୀତି ପୂଜାର୍ଚ୍ଚନା କରି ଏ ବର୍ଷର ଧାନମଣ୍ଡି ସୋମବାର ଦିନ ଉଦଘାଟନ କରାଯାଇଛି । ଅପେକ୍ଷାରତ ଚାଷୀ ମାନେ ନିଜ ନିଜର ଧାନ ମଣ୍ଡିରେ ଦେବା ପାଇଁ ସକାଳୁ ସପ୍ତଦୋଳ ପଡ଼ିଆରେ ଧାନବସ୍ତା ଆଣି ଜମା କରି ରଖିଥିଲେ । ଧାନର ମାନ ପରୀକ୍ଷା ନିରୀକ୍ଷା ପରେ ମିଲର ଓ ଚାଷୀ ମାନଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ କ୍ଵିଣ୍ଟାଲ ପ୍ରତି ଚାରି କିଲୋଗ୍ରାମ କଟଣି କରିବା ପାଇଁ ସ୍ଥିର କରାଯାଇଥିଲା । ସେହି ଆଧାରରେ ପ୍ରଥମ ଦିନରେ ୪୫୦ କ୍ଵିଣ୍ଟାଲ ଧାନ ଓଜନ କରାଯାଇ ଚଣ୍ଡେଶ୍ୱର ସ୍ଥିତ ମିଲର୍ ଙ୍କୁ ଦିଆଯାଇଥିଲା । ଆଙ୍କୁଲା ସେବା ସମବାୟ ସମିତି ର ଦ୍ଵିତୀୟ ପର୍ଯ୍ୟାୟ ମଣ୍ଡି ଆଜି କୁମାଣ୍ଡୋଳ ଯୁବଜ୍ୟୋତି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା ! ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ପ୍ରାୟ ଏକ ହଜାର କ୍ଵିଣ୍ଟାଲ ଧାନ ମଣ୍ଡି ରୁ ମିଲରଙ୍କୁ ଦିଆ ଯିବା ପାଇଁ ସମିତିର ଭାରପ୍ରାପ୍ତ ସମ୍ପାଦକ ଆଦିକନ୍ଦ ସାମନ୍ତସିଂହାର ପ୍ରକାଶ କରିଛନ୍ତି । ସେହିଭଳି କୁମାରଙ୍ଗ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଦିନ ଧାନ ମଣ୍ଡି ଉଦଘାଟନ କରାଯାଇଛି । ଧାନର ମାନ ନିର୍ଦ୍ଧାରଣ କରିବା ନିମନ୍ତେ ଆର୍ ଏମ୍ ସି ତରଫରୁ ସମସ୍ତ କାର୍ଯ୍ୟ ସମ୍ପାଦନ ପରେ ମଣ୍ଡି କାର୍ଯ୍ୟ ଆରମ୍ଭ କରିଥିଲେ । ସମିତିର ସଂପାଦକ ଓ ସ୍ଥାନୀୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ହୋଇଥିବାର ସମିତି ସମ୍ପାଦକ ସଞ୍ଜୀବ ସାହୁଙ୍କ ଠାରୁ ପ୍ରକାଶ । ନାରାୟଣୀ ମିଲର ପ୍ରଥମ ପର୍ଯ୍ୟାୟ ରେ ଦୁଇ ଶହ କ୍ଵିଣ୍ଟାଲ ଧାନ ମଣ୍ଡିରୁ କିଣିଥିଲେ । ଆଗାମୀ ଦିନରେ ପଞ୍ଜୀକୃତ ଚାଷୀ ମାନେ କିପରି ସୁବିଧାରେ ମଣ୍ଡି ରେ ନିଜ ନିଜର ଧାନ ଦେଇପାରିବେ ଏଇ ଆଶା ରଖିଛନ୍ତି ସ୍ଥାନୀୟ ଚାଷୀମାନେ ।
ଆଙ୍କୁଲା ଓ କୁମାରଙ୍ଗ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ !!!

