ମା ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଏକାଦଶ ସଂସ୍କରଣ ଉଦଘାଟିତ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ଅଧିନସ୍ଥ କୋଦୁଅବେରେଣି ଖେଳ ପଡିଆ ରେ ଏକାଦଶ ରାଜ୍ୟ ସ୍ତରୀୟ ମା ରାମଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ! ଉଦଘାଟନୀ ଉତ୍ସବରେ ବିଜେଡି ଜିଲ୍ଲା ଉପ-ସଭାପତି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ରାୟଗୁରୁ ମୁଖ୍ୟ ଅତିଥି ଏବଂ ନାଲକୋ ର ନିର୍ବାହୀ ଯନ୍ତ୍ରୀ ଦୁର୍ଯୋଧନ ସେଠି ସମ୍ମାନିତ ଅତିଥି , ସମାଜସେବୀ ମାଧବ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା , ଅଧ୍ୟାପକ ଡ ସାରଙ୍ଗଧର କର ଉପସ୍ଥିତ ରହି କାର୍ଯକ୍ରମ କୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ ! ପ୍ରଥମ ଦିବସ ରେ କାଇପଦର ଓ ଢେ଼ଙ୍କାନାଳ ଦଳ ମଧ୍ୟରେ ଖେଳ ହୋଇଥିଲା ! ଢ଼େଙ୍କାନାଳ ଦଳ ୪ ଉଇକେଟ ବିନିମୟ ରେ ୨୧୩ ରନ କରି ବିଜୟୀ ହେଇଥିଲା ! ଲକ୍ଷ୍ମୀଧର ସାହୁ ଆଜି ର ମ୍ୟାଚ୍ ରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ! ସ୍ଥାନୀୟ ଅଞ୍ଚଳ ର ଶହ ଶହ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଖେଳ କୁ ଉପଭୋଗ କରିଥିଲେ !

Leave a Reply

Your email address will not be published. Required fields are marked *