ବାଣପୁରରେ ଅସହାୟ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ଅସହାୟ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଅଛି । ବିଜୁ ଜନତା ଦଳ ମହିଳା ସମ୍ପାଦିକା ନମିତା ନାୟକଙ୍କ ତରଫରୁ ପ୍ରଥମେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଚି ସାହି , ପରେ ବାଣପୁର ବ୍ଲକ ନରେନ୍ଦ୍ରପୁର ସାଲୁଣି ଭାଗିରଥିପୁର ମୋଚି ସାହି ଓ ତୁମ୍ବରାପୁଟ ପଞ୍ଚାୟତ ର ରତନପୁର ହରିଜନ ସାହି ଇତ୍ୟାଦି ତିନୋଟି ଗ୍ରାମରେ ସମସ୍ତ ପରିବାରକୁ ଗୋଟିଏ ଲେଖାଏଁ କମ୍ବଳ ପ୍ରଦାନ କରାଯାଇଥିଲା । ଏହି ସମାଜ ସେବା କାର୍ଯ୍ୟରେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ରାମଚନ୍ଦ୍ର ପ୍ରଧାନ, ବାଣପୁର ବ୍ଲକ ମହିଳା ସଭାନେତ୍ରୀ କଳ୍ପନା ସେଣ ଓ ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ମାଘ ମାସ ଭଳି ଶୀତ କାଳରେ ଅସହାୟ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ଯୋଗାଇ ଦେବା କେତେ ଆବଶ୍ୟକ ଭୁକ୍ତଭୋଗୀ ହିଁ କେବଳ ଜାଣିପାରିବ । ଏହିଭଳି ଜନହିତକର ସମାଜ ସେବା ପଦକ୍ଷେପକୁ ସର୍ବ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *