ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ତାର ଚୋରି ହେଲା କାଳ , ଚୋରୀ ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ ! ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ନିକଟସ୍ଥ ଡେଂଗେରାଗୋଡି ରାସ୍ତା ନିକଟରେ ! ଜମି ଭିତରେ ଯାଇଥିବା ବିଦ୍ୟୁତ ଖୁମ୍ବରୁ ତାର ଚୋରି କରିବାକୁ ଯାଇଥିବା ବ୍ୟକ୍ତି ରାତିରେ ଚୋରି କରୁଥିବା ବେଳେ ବିଦ୍ୟୁତ ଆଘାତରେ ସେହିଁ ଖୁମ୍ବରେ ଝୁଲି ରହିଛି l ସ୍ଥାନୀୟ କିଛି ଚାଷୀ ସକାଳେ ଜମି ଆଡେ ଯିବା ସମୟରେ ଏହି ଘଟଣା ଦେଖି ଥାନାକୁ ଜଣାଇଥିଲେ ! ଏହାପରେ ତୁରନ୍ତ ବିଦ୍ୟୁତ ବିଭାଗ ଏବଂ ଦମକଳ ବିଭାଗ ପହଂଚି ମୃତ ବ୍ୟକ୍ତିକୁ ଖୁମ୍ବରୁ ବାହାର କରି ପୁଲିସ କୁ ହସ୍ତାନ୍ତର କରିଥିବା ସମୟରେ ମୃତ ବ୍ୟକ୍ତିର ପରିଚୟ ମିଳି ପାରିନାହିଁ !
ତାର ଚୋରି ହେଲା କାଳ : ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ !!!

