ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ + 2 ପ୍ରଥମ ବାର୍ଷିକ କଳା ବିଜ୍ଞାନ ବାଣିଜ୍ୟ ଛାତ୍ରୀ ଙ୍କ ସକାଶେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶାନ୍ତି ନାୟକ, ନାକ୍ ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ର ସଂଯୋଜିକା ଡ଼ ସଂଯୁକ୍ତା ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଉଦବୋଧନ ଦେଇଥିଲେ । ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମାଷ୍ଟର ଟ୍ରେନର କୌଶଳ ଶିକ୍ଷା ଦେଇଥିଲେ । ଉକ୍ତ ଉତ୍ସବରେ ଅଧ୍ୟାପିକା ସୁଲୋଚନା କହଁର , ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି ନିଜର ଅନୁଭୂତି ବଖାଣି ଥିଲେ । ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *