ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାର ବହୁ ପୁରାତନ ତଥା ପଣ୍ଡିତ ଗୋଦାବରୀଶଙ୍କ ଦ୍ବାରା ପ୍ରତିଷ୍ଠିତ ଗୋଦାବରୀଶ ବିଦ୍ୟାପୀଠର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମଣ୍ଡଳ ଶିକ୍ଷାଧିକାରୀ ସନାତନ ଜାଲି ସଭାପତିତ୍ବ କରିଥିବା ବେଳେ ବାଣପୁର ପୈାର ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର ମୁଖ୍ୟବକ୍ତା , ପୁରାତନ ଶିକ୍ଷକ ରୋଜ କୁମାର ରଥ , ଭଞ୍ଜ କିଶୋର ସାହୁ , ମିନତୀ ମହାପାତ୍ର, ମାୟାଧର ବେହେରା , ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଭାକର ଲେଙ୍କା ଓ ହର ମୋହନ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧି ଓ ପଣ୍ଡିତ ଗୋଦାବରୀଶ ପ୍ରତିମୂର୍ତ୍ତିରେ ଅତିଥି ବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କଲାପରେ ମୁଖ୍ୟ ଅତିଥି ନବ ନିର୍ମିତ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ । ପରେ ସମସ୍ତ ଅତିଥି ଛାତ୍ର ଛାତ୍ରୀଙ୍କ ଦ୍ବାରା ସଜ୍ଜିତ ବିଭିନ୍ନ ଶ୍ରେଣୀ ଗୃହ ଓ ବିଜ୍ଞାନ ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଅତିଥି ବୃନ୍ଦ ବିଦ୍ୟାଳୟର ପ୍ରତିଷ୍ଠିତା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସମାଜର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ମନୋରଂଜନ କାର୍ୟ୍ଯକ୍ରମ ପରିବେଷଣ କରିଥିଲେ । ଏଥିରେ ବହୁ ପୁରାତନ ଛାତ୍ର , ଅଭିଭାବକ ଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବୀ ତଥା ସାମ୍ବାଦିକ ଯୋଗ ଦେଇଥିଲେ ।
ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୯୩ ତମ ବାର୍ଷିକ ଉତ୍ସବ ପାଳିତ !!!

