ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଉପ ଜିଲ୍ଲାପାଳଙ୍କ ସଭାଗୃହରେ ” ଗଣତନ୍ତ୍ର ଏବଂ ତାହାର ସୁରକ୍ଷା ” ଶିରୋନାମାରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ନିର୍ବାଚନ ମଣ୍ତଳୀର ସମସ୍ତ ମହାବିଦ୍ୟାଳୟ , ଅଂଶୁପା, ଡମପଡା, କଳାପଥର , ବାଙ୍କୀ ସ୍ବୟଂଶାସିତ ଓ ରାଣୀ ଶୁକଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗୀତାର ଅତିଥି ବିଚାରକ ଭାବେ ପ୍ରାବନ୍ଧିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ,କବି କୌଶିକ ନାୟକ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ଦ୍ବାରା ସଂପାଦିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ଉପଖଣ୍ତ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ । ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁଚିତ୍ରା ବେହେରା, ରୋଜାଲିନ୍ କର ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ସାହୁ ଏବଂ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଅବିନାଶ ରାଉତ ଯୁଗ୍ମ ବିଜେତା ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଙ୍କୀ ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ସ୍ବାଇଁ ସାନ୍ତ୍ବନାମୂଳକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ଜନରାଜ୍ୟ ଦିବସ ଉପଲକ୍ଷେ ବାଙ୍କୀ ଉପଖଣ୍ତ ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା !!!

