ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ଚଳିତ ଜାନୁଆରୀ ମାସ ଦୁଇଟି ସ୍ଵତ୍ତନ୍ତ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପ୍ରକାଶ ଥାଉକି ଯାଜପୁରର ଦାନଗଦିସ୍ଥିତ ସ୍ପ୍ରୀଙ୍ଗ ଭିଲେ ହୋମ୍ ପକ୍ଷରୁ ଡ଼ଃ ଦାଶଙ୍କୁ ତାଙ୍କର ସାମଗ୍ରୀକ କୃତୀ ନିମନ୍ତେ ମ୍ୟାନ ଅଫ୍ ଦି ଇୟର ସମ୍ମାନ – ୨୦୨୨ ମିଳିଥିବା ବେଳେ, ୟୁ.ଏସ.ଏର ଜୁଲସେ ଇଣ୍ଟରନେସନାଲ ବାଇବେଲ ୟୁନିଭରସିଟି ଓ ସେମିନାରୀ ଜିଆଯୋ ବାଇବେଲ କଲେଜ ୟୁନିଭରସିଟି ତଥା ଜାମ୍ବିଆର ଗ୍ରେସଗେଟ୍ ବାଇବେଲ ଟେକ୍ନୋଲୋଜିକାଲ ୟୁନିଭରସିଟି ଓ କ୍ରେମ୍ ବାଇବେଲ ୟୁନିଭରସିଟି ଦ୍ବାରା ସହବନ୍ଧିତ ଏବଂ ଇଣ୍ଡୋନେସିଆର ଆନ୍ତର୍ଜାତିକ ଶିକ୍ଷା ସଙ୍ଗଠନ ଦି କୁତାଇ ମୁଲୱର୍ମ୍ୟାନ କିଙ୍ଗଡମ ଦ୍ବାରା ପଞ୍ଜୀକୃତ ଗ୍ଲୋବାଲ ମିନିଷ୍ଟ୍ରି ଆଣ୍ଡ ଡିସିପ୍ଲେସିପ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ ଅଧ୍ୟାପକ ଚିନ୍ମୟ ଦାଶଙ୍କୁ ସମଗ୍ର ବିଶ୍ୱରେ ମାନବବାଦର ବିକାଶ, ମାନବାଧିକାର ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସମ୍ମାନଜନକ ଭାବରେ କସା ଡ଼କ୍ଟରେଟ୍ ଇନ୍ ହ୍ୟୁମାନ ରାଇଟସ ଆଣ୍ଡ ପିସ୍ ଆଡଭୋକାସି ପ୍ରଦାନ କରାଯାଇଛି । ଏତଦ୍ଭିନ୍ନ ଚଳିତ ମାସ ଧର୍ମଶାଳା ମହୋତ୍ସବ ସମେତ ବିଭିନ୍ନ ମଞ୍ଚରେ ଡ଼ଃ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଛି । ଡଃ. ଚିନ୍ମୟ ଦାଶଙ୍କର ଏହି ସମ୍ମାନ ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜିବୀ, ଶିକ୍ଷାବିତ୍ ତଥା ବିଭିନ୍ନ ଦେଶର ଆନ୍ତରାଷ୍ଟ୍ରିୟ ସଂଗଠକ ତଥା ନେତୃବନ୍ଦଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଚିନ୍ମୟ ଦାଶଙ୍କୁ ଅନରାରି ଡକ୍ଟରେଟ ସହ ମ୍ୟାନ୍ ଅଫ୍ ଦି ଇୟର ଆୱାର୍ଡ଼ !!!

