65 total views , 1 views today
ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ ସହରର ଖଣ୍ଡପଡ଼ା ରୋଡ ସାମନ୍ତ ମାର୍ଗ ଠାରେ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵର କଲ୍ୟାଣ ନିମନ୍ତେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ସହ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଥଲା । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ୧୯ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ସିଦ୍ଧ ମହାବୀରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ତଥା ହନୁମାନ ଚାଳିଶା ମହାଯଜ୍ଞ ସିଦ୍ଧ ମହାବୀର ମନ୍ଦିର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା । ପ୍ରଥମ ଦିନରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ମନ୍ତ୍ର ଦ୍ଵାରା ଶୁଦ୍ଧ ପୂତ ଜଳ କଳସି ରେ ଧରି ସାଗର ପୋଖରୀ ଠାରୁ ଆଣି ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳୀରେ ସ୍ଥାପନ କରିଥିଲେ । ଏହା ପରେ ଅଙ୍କୁରରୋଣ ପରେ ସୂର୍ଯ୍ୟ ପୂଜା କାର୍ଯ୍ୟ କରାଯାଇଥିଲା । ଏହା ପରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ବୁଧବାର ଏକାଦଶୀ ଦିନ ଆହୁତି ପ୍ରଦାନ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୁରୁବାର ଦ୍ବାଦଶୀରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବରାଜ ଯୁବ ସଂସଦର ସଭାପତିଙ୍କ ସମେତ ସମସ୍ତ ସଭ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ ।