ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ଜଣେ ଡ୍ରାଇଭରଙ୍କର ଅକାଳ ବିୟୋଗ ପରେ ତାଙ୍କ ଅନ୍ତ୍ଵେଷ୍ଟି କ୍ରିୟାରେ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସୁକିନ୍ଦା ସଦର ମହକୁମା ମୁସଲମାନ ସାହିର ରାଜୁ ଖାଁ ଗତ ଡିସେମ୍ବର ୧୩ ତାରିଖରେ କ୍ରୋମ ବୋଝେଇ ଟ୍ରକ ନେଇ ପଶ୍ଚିମ ଓଡ଼ିଶାର ଦୁର୍ଗାପୁର ମେଡ଼ିସିଲି କମ୍ପାନୀ ଶିଳ୍ପସଂସ୍ଥାକୁ ଯାଇଥିଲେ । ସେଠାରେ ସୋନୁ ଗାଡ଼ି ଭିତରେ ବିଶ୍ରାମ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଶନିବାର ଦିନ ଅନ୍ତ୍ୱେଷ୍ଟି କାର୍ଯ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତନା ଦେବା ସହ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି l ଉତ୍କଳ ଡ୍ରାଇଭର ମହାସଂଘର ରାଜ୍ୟ ସମ୍ପାଦକ ଧନେଶ୍ଵର ମହାନ୍ତଙ୍କ ସହ ଅନେକ କର୍ମକର୍ତ୍ତା, ଗାଡି ମାଲିକ ସଙ୍ଘର କୃତିବାସ ଭଞ୍ଜ, ଏମଡି. ନାଦିର, ସଫିକ ଖାଁ, ସୋମନାଥ କାନୁନଗୋ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ବିବେକାନନ୍ଦ ବୋଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିବାର ଵର୍ଗ ଙ୍କୁ ସାନ୍ତ୍ବନା ଦେଇଥିଲେ ।
ଡ୍ରାଇଭର ସୋନୁ ଖାଁଙ୍କ ଅକାଳ ବିୟୋଗ ପରେ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ !!!

