ମହନ୍ତ ମହାରାଜା ଉଚ୍ଚ ବିଦ୍ୟାଳୟ ରେ ନୂତନ ଗୃହ ର ଉଦଘାଟନ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବଡ଼ ଆଙ୍କୁଲା ଠାରେ ମହାରାଜ ମହେଶ୍ୱର ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଛି ! ମହନ୍ତ ମହାରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୃହକୁ ଉଦଘାଟନ କରିଥିବା ବେଳେ ସ୍ଥାନିୟ ବିଧାୟକ ରୁଦ୍ର ପ୍ରତାପ ମହାରଥି , ଡେଲାଙ୍ଗ ବ୍ଲକ୍ ଚେୟାରମ୍ୟନ ବାସନ୍ତି ସାହୁ , ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡ଼ିଓ ଦିଲିପ କୁମାର ଷଡଙ୍ଗୀ, ପ୍ରଧାନ ଶିକ୍ଷକ ରମେଶ ଦାସ ଏବଂ ବିଶିଷ୍ଟ ସାଧୁ ସନ୍ଥ ମାନେ ଉପସ୍ଥିତ ରହିଥିଲେ। ଡେଲାଙ୍ଗ ହାଟ ଛକ ଠାରୁ ଘୋଡା ନାଚ, ବାଘ ନାଚ, ହରିବୋଲ ହୁଳହୁଳି ବାଣ ଫୁଟାଇ ସାଧୁସନ୍ଥ ମାନଙ୍କୁ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ । ୫୦ ଜଣ ଗରିବ ପିଲା ରହିବା ଖାଇବା, ବହିପତ୍ର ସମସ୍ତ ଖର୍ଚ୍ଚ କରିବେ ମହନ୍ତ ମହାରାଜ ବହନ କରିବେ କହିଥିଲେ । କାର୍ଯ୍ୟକ୍ରମ ଅବସର ରେ ୪୦୦ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ବହିପତ୍ର ଓ କମ୍ବଳ ବଣ୍ଟନ କରାଯାଇଛି । ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତି କ କାର୍ଯ୍ୟକ୍ରମ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *