ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନବିଭାଗ ଅନ୍ତର୍ଗତ ଗୁହିଆସାଳ ଜଙ୍ଗଲରେ ଭାଲୁ ଆକ୍ରମଣରେ ଶୁକଦେବ ମହାକୁଡ (୬୨) ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କାଳିଆପାଣି ଥାନା ଅନ୍ତର୍ଗତ ନଗଡା ପାଖ ନାଲିଆଡାବ ଗ୍ରାମର ଶୁକଦେବ ମହାକୁଡ ଶନିବାର ଦିନ ପାଖ ଜଙ୍ଗଲକୁ ମଇଁସି ଚରାଇବା ପାଇଁ ଯାଇ ଫେରୁଥିବା ସମୟରେ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାଁସୋଳ ଫରେଷ୍ଟ ସେକ୍ସନର ଗୁହିଆଶାଳ ଜଙ୍ଗଲରେ ଏକ ଜଙ୍ଗଲି ଭାଲୁ ହଠାତ୍ ଶୁକଦେବଙ୍କୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଶୁକଦେବ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ୍ କରାଯାଇଛି ।

Leave a Reply

Your email address will not be published. Required fields are marked *