ରାସଗୋବିନ୍ଦପୁର ଖବରଦାତା ସଂଘ ର ବାର୍ଷିକ ଉତ୍ସବ !!!

0
164

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଠିତ ଖବରଦାତା ସଂଘ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ସଂଘ ର ସଭାପତି ମନୋରଞ୍ଜନ ମହାନ୍ତି, ସଂପାଦକ ପ୍ରଦିପ ଦାସଙ୍କ ଆବାହକତ୍ୱରେ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ।ପ୍ରଥମ ବାର୍ଷିକ ଉତ୍ସବ ର ଶୁଭ ଉଦଘାଟନ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଅତିଥି ମାନଙ୍କୁ ଗୀତ ନାଚ ମାଧ୍ୟମରେ ସ୍ଵାଗତ ଅଭ୍ୟର୍ଥନା ଜଣାଯାଇଥିଲା । ନିମନ୍ତ୍ରିତ ଅତିଥି ଏବଂ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା । ତେବେ ମୂଖ୍ୟ ଅତିଥି ଭାବେ ରଙ୍ଗାମାଟିଆ ସ୍ଥିତ ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ର ପ୍ରାଣ ପ୍ରତିଷ୍ଠାତା ଡାଃ ଆଦିତ୍ୟ ପଟନାୟକ, ବିଶିଷ୍ଟ ସମାଜସେବୀ ସୁଦର୍ଶନ ଦାସ, ରାସଗୋବିନ୍ଦପୁର ବିଡ଼ିଓ ଲଲାଟେନ୍ଦୁ ସି, ତହସିଲଦାର ମୋହିନୀ କୁମାର ନାୟକ, ଅତିରିକ୍ତ ତହସିଲଦାର ବ୍ରିଜେଶ ରଞ୍ଜନ ନାଏକ ଏବଂ ରାସଗୋବିନ୍ଦପୁର ମହାବିଦ୍ୟାଳୟ ଓ ଚିତ୍ରଡା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ବସନ୍ତ ମହାନ୍ତ ଓ ପ୍ରସନ ବାବୁ ପ୍ରମୁଖ ଉପସ୍ଥିତ ହୋଇ ରାଧାକୃଷ୍ଣଙ୍କ ଉଦେଶ୍ୟ ରେ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ । ଜଣେ ସାମ୍ବାଦିକ ସମାଜ ର ଚତୁର୍ଥ ସ୍ତମ୍ଭ ଓ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ଭାରି କଷ୍ଟଦାୟକ ବୋଲି ଆଦିତ୍ୟ ପଟନାୟକ କହିଥିବା ବେଳେ, ସତ ସମ୍ବାଦ ପ୍ରଚାର ପ୍ରସାର କରିବା ଖଣ୍ଡା ଧାରରେ ଚାଲିବା ସହ ସମାନ ବୋଲି ସମାଜସେବୀ ସୂଦର୍ଶନ ଦାସ କହିଛନ୍ତି । ସମାଜରେ ଗଣମାଧ୍ୟମର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଯାହା ନିତାନ୍ତ ଆଦରଣୀୟ । ସାହାସିକତା ର ସହ କର୍ତ୍ତବ୍ୟ ସମ୍ପାଦନ କରିବାରେ ଆଜିର ଗଣମାଧ୍ୟମ ଏକ ବିକଳ୍ପ ଭାବେ ସମାଜରେ ଆବିର୍ଭାବ ହୋଇପାରିଛି । ଅବହେଳିତ ଲୋକଙ୍କ ସ୍ବର ସାଜି, ଗରିବ ଲୋକଙ୍କ ଅହରହ ସେବା କରି ଚାଲିଛି ଗଣମାଧ୍ୟମ । ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରୁଛି । ଗଣମାଧ୍ୟମ ପ୍ରତିନିଧି ମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ଅବହେଳା ନ କରି ଉଚିତ ମାର୍ଗ ରେ ସମାଜ ସେବା ରେ ଆଗେଇ ଯିବାକୁ ନିମନ୍ତ୍ରିତ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଲୋକଙ୍କ ମନୋରଞ୍ଜନ ପାଇଁ ଅର୍କେଷ୍ଟ୍ରା ପାର୍ଟି ଆୟୋଜନ କରାଯାଇଥିଲା । ଅଧିକ ମନୋରଞ୍ଜିତ କରିବା ପାଇଁ କୁମାର ବିବେକ ଓ ଆଲବମ କୁଇନ୍ ଦର୍ଶକ ଙ୍କ ମନ ମୋହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here