ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା ଙ୍କ ଘରୁ ଦୁଇ ଶିଶୁ ପୁତ୍ରଙ୍କୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ ! ଆଶାକର୍ମୀ ସସ୍ମିତା ପଣ୍ଡାଙ୍କ ଘରେ ଥିବା ଦୁଇ ଶିଶୁ ପୁତ୍ର ଙ୍କର ସଠିକ ଜନ୍ମ ପ୍ରମାଣପତ୍ର ନଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇଥିବା ନେଇ ଚାଇଲଡ ଲାଇନ ପକ୍ଷରୁ କୁହା ଯାଇଥିବା ସମୟରେ , ଆଶା କର୍ମୀ ସସ୍ମିତା ପଣ୍ଡା ଗଣମାଧ୍ୟମ ଆଗରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ! ଅନ୍ୟ ଏକ ଘଟଣାରେ ଓଡଗାଁ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ତାଙ୍କୁ ଲାଞ୍ଚ ମାଗିବା ପରେ , ସେ ନଦେବାରୁ ପ୍ରତିକ୍ରିୟାଶୀଳ ହୋଇ ଏପରି ରେଡ କରି ତାଙ୍କ ପିଲାଙ୍କୁ ଚାଇଲଡ ଲାଇନ କୁ ଆଣିଥିବା କଥା କହିଛନ୍ତି !

ତେବେ ଆଶାକର୍ମୀ ସସ୍ମିତା ଙ୍କ ଘରେ ଥିବା ଦୁଇ ଶିଶୁ ପୁତ୍ରଙ୍କୁ , ସେ ବେଆଇନ ଭାବରେ ରଖିଥିବା ନେଇ ଅଭିଯୋଗ ଆସିବା ପରେ , ଆଶା କର୍ମୀଙ୍କ ଠାରୁ ୨ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ l ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା l କୌଣସି ସୂତ୍ର ରୁ ନୟାଗଡ ଚାଇଲଡ ଲାଇନ ଖବର ପାଇଥିଲା ୨ ଶିଶୁ ପୁତ୍ର ତାଙ୍କ ପାଖରେ ଅଛି l ଆଜି ଓଡଗାଁ ପୋଲିସ ଓ ଚାଇଲଡ ଲାଇନ ତାଙ୍କ ଘରେ ଚଢ଼ାଉ କରିଥିଲେ l ୨ ଶିଶୁ ପୁତ୍ର ଙ୍କ ପ୍ରମାଣ ପତ୍ର ମାଗିଥିଲେ l ସଠିକ ପ୍ରମାଣ ପତ୍ର ନଦେବାରୁ ୨ ଶିଶୁ ଙ୍କୁ ନୟାଗଡ ଶିଶୁ ମଙ୍ଗଳ ଅଧିକାରୀ ଙ୍କ ନିକଟରେ ହଜାର କରିଥିଲେ l ସେଠାରୁ ଚାଇଲଡ ଲାଇନ ରେ ରଖାଯାଇଛି l ଏସମ୍ପର୍କ ରେ ଆଶା କର୍ମୀ ଙ୍କୁ ପଚାରିବାରୁ ସେ କହିଥିଲେ , ଅନ୍ୟ ଏକ ବଧୂ ମୃତ୍ୟୁ ମାମଲାରେ ଓଡଗାଁ ଥାନା ଆଇଆଇସି ଏବଂ ତାଙ୍କ ସହଯୋଗୀ ତାଙ୍କୁ 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଏପରିକି ସକାଳୁ ଥାନାରେ ବସାଇ ସନ୍ଧ୍ୟା ରେ ଛାଡ଼ନ୍ତି l ଏଭଳି 4 ଦିନ ବସାଇ ଥିଲେ l ଟଙ୍କା ନଦେବାରୁ ତାଙ୍କୁ ବିପଦରେ ପକାଇଛନ୍ତି ଓଡଗାଁ ଥାନା ଆଇଆଇସି ! ଏନେଇ ଓଡଗାଁ ଥାନା ଆଇଆଇସି ଙ୍କୁ ପଚାରିବାରୁ ସେ କହିଥିଲେ ଏହା ଭିତ୍ତିହୀନ l କିନ୍ତୁ ଗ୍ରାମବାସୀଙ୍କ ବୟାନ ଅନୁସାରେ ଏହା ସତ୍ୟ ଯେ , ଏହା ପୂର୍ବରୁ ସମ୍ପୃକ୍ତ ଆଶା କର୍ମୀଙ୍କ ଘରକୁ ତିନି ରୁ ଚାରି ଥର ଓଡଗାଁ ପୁଲିସ ଯାଇଛି ! ଏପରିକି ଜଣେ ମହିଳା ଅଧିକାରୀ ତାଙ୍କ ମୋବାଇଲ ଫୋନ ସବୁକୁ ଜବତ କରି ଥାନାକୁ ଆଣିଥିଲେ ! ମୋବାଇଲ ଫୋନ ଫେରାଇବା ନାମରେ ସମ୍ପୃକ୍ତ ଆଶାକର୍ମୀଙ୍କୁ ଥାନାକୁ ଆଗରୁ ଡ଼କାଇଛନ୍ତି ଆଇଆଇସି ! ଏପରିକି ଯେଉଁ କେଶ କଥା ସସ୍ମିତା କହୁଛନ୍ତି , ସେହି କେଶ ରେ ସସ୍ମିତାଙ୍କର ବୟାନ କୁ ମଧ୍ୟ ମାନ୍ୟବର ନ୍ୟାୟାଳୟଙ୍କ ପାଖରେ ଦାଖଲ କରିଛନ୍ତି ଓଡଗାଁ ଥାନା ଅଧିକାରୀ ! କେବଳ କଥା ଏଡ଼ାଇବାକୁ ଗଣମାଧ୍ୟମ ଆଗରେ ଘଟଣାକୁ ଭିତ୍ତିହୀନ କହୁଛନ୍ତି !

ଶିଶୁ ପୁତ୍ରଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ପାଇବା ପରେ ଉଦ୍ଧାର କରିଛି ଚାଇଲଡ ଲାଇନ ! ତେବେ ପୁତ୍ର ଦ୍ବୟ ସସ୍ମିତା ଙ୍କର , ନାଁ ସେ ପାଇ କରି ଆଣିଥିଲେ , କିମ୍ବା ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ! ତେବେ ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ଶିଶୁ ଦ୍ଵୟଙ୍କର ଆଧାର ପରିଚୟ ପତ୍ର ଅଧିକାରୀ ଙ୍କ ନିକଟରେ ଦାଖଲ କରିଛନ୍ତି ସମ୍ପୃକ୍ତ ଆଶାକର୍ମୀ ! କିନ୍ତୁ ଯେଉଁ ସଂଲଗ୍ନ ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି , ତାହା ହେଉଛି ଜ୍ୟୋତିର୍ମୟୀ ପଣ୍ଡା ଓରଫ ସୋନାଲି ର ଝୁଲନ୍ତା ଶବ ଉଦ୍ଧାର ଘଟଣାରେ ସସ୍ମିତାଙ୍କ କଣ ସମ୍ପର୍କ ? କାହିଁକି ସେ ଘଟଣା ନେଇ ଓଡଗାଁ ଥାନା ଆଇଆଇସି ତାଙ୍କୁ ଥାନାକୁ ଡକାଇ ତାଙ୍କ ଫୋନ ଜବତ କରିଥିଲେ ?? କେଶ ର ଚାର୍ଜସିଟ ରେ ସେ ତଥ୍ୟ ଉଲ୍ଲେଖ ନକରି କେଶ ରୁ ଖସାଇଦେବେ କହି ଲାଞ୍ଚ ମାଗୁଥିଲେ କାହିଁକି ???

