ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଅମର୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ପ୍ରହରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରାସଗୋବିନ୍ଦପୁର ଶିକ୍ଷକ ସମନ୍ଵୟ ସମିତିର ସଭାପତି ମନ୍ମଥ ସାହୁଙ୍କର ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ସିଆରସିସି ସେରାଲ ହାଂସଦାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଶିକ୍ଷାଧିକାରୀ ସତୀଶ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ଏବିଇଓ ପ୍ରଫୁଲ୍ଲ କୁମାର ମହାନ୍ତି , ବିଜୟ କୁମାର ବାରିକ, ଏସଏମସି ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ ! ନିମନ୍ତ୍ରିତ ଅତିଥି ଭାବରେ ଶ୍ରୀମତୀ ଭାରତୀ ପାଣିଗ୍ରାହୀ, ମନ୍ଧଦୁରି ଦତ୍ତ, ସନ୍ୟାସୀ ସାମଲ ,ଗୌରାଙ୍ଗ ଦତ୍ତ, ଗଣେଶ୍ୱର ସାହୁ , ପ୍ରଶାନ୍ତ ଲେଙ୍କା , ସମୀର କୁମାର ସିଂ, ହରିହର ସିଂ ,ନରେଶ ଚନ୍ଦ୍ର ରଣା, ରାଜକୁମାର ବେହେରା, ଗୌରୀପଦ କର ଏବଂ ଏସଏମସି ର ସମସ୍ତ ସଭ୍ୟ ସଭ୍ୟା, ସ୍ନେହ ସୁହାଗିନୀ କୁନି କୁନି ଛାତ୍ରଛାତ୍ରୀ ଗଣ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କର ଗୁଣ ଗାରିମା କୁ ଗାନ କରିବା ସହିତ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ !

Leave a Reply

Your email address will not be published. Required fields are marked *