ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ରେ ସତ୍ୟବାଦୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ସତ୍ୟବାଦୀ ବିଡ଼ିଓ , ତହସିଲଦାର ଓ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା , ସ୍ଥାନୀୟ ନେତୃ ମଣ୍ଡଳି ଏବଂ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ଆଲୋଚିତ ବିଷୟ ଅନୁଯାୟୀ , ମହୋତ୍ସବରେ ସମସ୍ତଙ୍କର ସହଯୋଗ ସହାନୁଭୂତି ରହିବ ବୋଲି କୁହାଯାଇଛି । ଯିଏ ଯେଉଁ ବିଭାଗରେ ଅଛନ୍ତି ସମସ୍ତଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସମସ୍ତ ଦିଗ ଉପରେ ଆଲୋକପାତ କରାଯାଇଥିଲା । କେମିତି ସତ୍ୟବାଦୀ ମହୋତ୍ସବ ସୁଚାରୁ ରୂପେ ସମ୍ପାଦନା କରାଯିବ ସେଥିପ୍ରତି ସହଯୋଗ ପ୍ରତି ସମସ୍ତେ ଦୃଷ୍ଟି ଦେଉଛନ୍ତି । ସତ୍ୟବାଦୀ ଅଞ୍ଚଳରେ ଯେତେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି ଏଥିରେ ସାମିଲ କରାଯିବ । ସତ୍ୟବାଦୀ ର ପ୍ରମୁଖ ପରିଚିତ ଯାତ୍ରା ପଞ୍ଚମହାପୁରୁଷ ଙ୍କ ଜ୍ୟୋତି ଯାତ୍ରା ଏବଂ ସାଖି ଗୋପିନାଥଙ୍କ ଆଜ୍ଞା ମାଳ ପ୍ରଭୁ ଜଗନ୍ନାଥଙ୍କ ହୁଦୟ ଫଟକୁ ଧାରଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ମହୋତ୍ସବ ରେ ଅଧିକ ରୁ ଅଧିକ ଲୋକଙ୍କ ସମାଗମ ଦୃଷ୍ଟିରୁ ଶୃଙ୍ଖଳାକୁ ଅତି କଡ଼ା କଡି କରାଯିବ ।
ସତ୍ୟବାଦୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

