ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୪୨ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ମହାମାରୀ କରୋନା ସଚେତନତା, କୋଭିଡ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ୧୦୫୦ ଦିନରେ ପହଞ୍ଚିଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭନ୍ନ ଅଞ୍ଚଳର ଗରିବ ଅସହାୟ , ବୁଭୁକ୍ଷୁ, ବୃଦ୍ଧ ବୃଦ୍ଧା, ପାଗଳାପାଗିଳି, ରାସ୍ତା କଡର ପିଲା, ବସ୍ତି ବାସିନ୍ଦା ଆଦିଙ୍କୁ କମ୍ୱଳ, ମଶାରୀ, ବସ୍ତ୍ର, ମାକ୍ସ୍, ସାବୁନ, ସନିଟାଇଜର, ଓ. ଆର୍.ଏସ, ଡେଟେଲ, ଫିନାଇଲ, ପରିବା ଧୁଆ (ଇନ୍ଷ୍ଟା ୱାସ), ଶୁଖିଲା ଖାଦ୍ୟ ଆଦି ବଣ୍ଟନ ସହ ସରକାରଙ୍କ ପକ୍ଷରୁ ଜାରି ରହିଥିବା କରୋନା ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଥିଲା । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ ୧୦୫୦ ତମ ଦିବସର ୪୨ ତମ ସମୀକ୍ଷା ସ୍ଥାନୀୟ ଡଲଫିନ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପ ପରିସରରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ଶ୍ରୀମତୀ ତିଳୋତ୍ତମା ନାୟକ, ସୁଧାଂଶୁ ନାଥ, ଯୁବ ସାମ୍ବାଦିକ ତଥା ଶିଶୁ କବି ଧିରେନ୍ଦ୍ର ମଲ୍ଲିକ, ଦୀପକ କୁମାର ଜେନା, ସତ୍ୟ ବାରିକ, ସଞ୍ଜୟ ଦାସ ଆଦି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର୍ କୁମାର୍ ଏହି ସମୀକ୍ଷା ବୈଠକକୁ ପରିଚାଳନା କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନାନୁସାରେ ଗତ ୨୯ ତାରିଖରେ ଓଡିଶାର ନୂତନ କୋଭିଡ ପଜେଟିଭ ସଂଖ୍ୟା ଶୂନ ଥିବା ବେଳେ ଭାରତରେ ନୂତନ କରୋନା ପଜେଟିଭର ସଂଖ୍ୟା ଥିଲା ୮୦, ପୁନଶ୍ଚ ୩୦ ତାରିଖରେ ଓଡିଶାରେ ନୂତନ ପଜେଟିଭ ସଂଖ୍ୟା ୩ ଥିବାବେଳେ ଭାରତରେ ୬୬, ୧ ତାରିଖ ଦିନ ଓଡିଶାରେ ୩ ଥିବାବେଳେ ଭାରତରେ ୧୨୮, ୨ ତାରିଖ ଦିନ ଓଡ଼ିଶାରେ ୨ ଟି ପଜେଟିଭ ବାହାରିଥିବା ବେଳେ ୩ ତାରିଖର ତଥ୍ୟ ଅନୁଯାୟୀ ଭାରତରେ ନୂତନ କରୋନା ପଜେଟିଭ ଥିଲା “ଶୂନ” । ଅତଏବ ଏହା କମ୍ ବେଶୀ ହୋଇ ଭାରତରେ ଲାଗି ରହୁଛି । ତେବେ ନିୟନ୍ତ୍ରଣ ବାହାରକୁ ଏହାକୁ ଯିବାକୁ ଦିଆଯିବ ନାହିଁ, ଯଦି ଆମ୍ଭେମାନେ ଆଉ କିଛି ଦିନ ସଚେତନ ହୋଇ ରହି ପାରିବା ବୋଲି ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମକୁ ଆଉ କିଛି ଦିନ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *