ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଥିଏଟର ମୁଭମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ର ଠାରେ ନାଟକ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ କୁ ବିଶେଷ ସଫଳତା ମିଳିଛି । ଜାତୀୟ ସ୍ତରରେ ଏହି ଅନୁଷ୍ଠାନର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ରେ ଅପୂର୍ଭା ସାହୁ ଙ୍କୁ ସବ୍ ଜୁନିଅର ବିଭାଗରେ ଶ୍ରେଷ୍ଟ ୨ ୟ ସ୍ଥାନ, ମାନ୍ୟମୟୀ ସାଇପ୍ରୀୟାଙ୍କୁ ଶ୍ରେଷ୍ଠ ୩ୟ ସ୍ଥାନ, ଆରୁଷି ବଳିଆର ସିଂହ ଙ୍କୁ ଶ୍ରେଷ୍ଠ ୩ୟ ସ୍ଥାନ ମିଳିଥିବା ବେଳେ ସେମି -କ୍ଲାସିକାଲ ନୃତ୍ୟ ରେ ହଂସିନୀ ପଣ୍ଡା ଙ୍କୁ ମଧ୍ୟ ଶ୍ରେଷ୍ଠ ୩ୟ ସ୍ଥାନ ମିଳିଛି । ଉତ୍ସବର ଉଦଯାପନୀ ଦିବସରେ ବିଭିନ୍ନ ରାଜ୍ୟରୁ ଆଗତ ବିଚାରକ ମାନଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରାଯାଇଛି । ଏହି ଅବସରରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ କୃତି ପ୍ରତିଯୋଗୀ ଅପୂର୍ଭା ସାହୁ ଙ୍କୁ ଉଚ୍ଛସିତ ସଂବର୍ଦ୍ଧନା ପ୍ରଦାନ କରାଯାଇଛି ।
କଟକ ବିଶ୍ଵ ନାଟ୍ୟ ମେଳାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ଛାତ୍ରୀ ଙ୍କ ସଫଳତା !!!

