ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ମାଘ ପୂର୍ଣ୍ଣିମା ରେ ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ପୂର୍ଣ୍ଣିମା ହୋଇଥିବାରୁ ସକାଳୁ ଭକ୍ତମାନେ ଧୂପ ଦୀପ ନଡ଼ିଆ କଦଳୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶନ କରିଥିଲେ । ମନ୍ଦିର ପରିସରରେ ହରି ନାମ ସଂକୀର୍ତ୍ତନ ହେବା ସହ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟା ସମୟରେ ଆଳତି ଦର୍ଶନ ସକାଶେ ଆଖ ପାଖ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିବାର ଦେଖିବାକୁ ମିଳିଥିଲା ।
ମାଘ ପୂର୍ଣ୍ଣିମାରେ ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ସକାଶେ ଭକ୍ତଙ୍କ ସମାଗମ !!!

