ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଗାତର ବିଶ୍ୱ ନାଟ୍ୟ ମେଳାରେ ନାଟକ ଏବଂ ଗୀତିନାଟ୍ୟ ପରିବେଷଣ କରି ନିରବଛିନ୍ନ ନାଟ୍ୟ ସାଧନା ଜାରି ରଖିଥିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡ଼ାଙ୍ଗୁଆ ଗ୍ରାମର ଓଡ଼ିଆ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ବର୍ଷ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ “କଳାସାଧକ “ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରିତ ବିଚାରପତି ଶ୍ରୀଯୁକ୍ତ ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋଲକ ବିହାରୀ ଦାସ ମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ । ସେହିପରି ସଙ୍ଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ ” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ସେଥିପାଇଁ ଚିଲିକା,ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଅତି ଖୁସିର ଲହରୀ ଖେଳିଯାଇଛି ।
କଟକ ବିଶ୍ୱନାଟ୍ୟ ମେଳାରେ ଚିଲିକା ଡ଼ାଙ୍ଗୁଆ ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ “ସମ୍ମାନ !!!

