କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59 ନଂ ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ କୌଣସି ଯାତ୍ରୀବାହୀ ବସ ନ ଆସିବାରୁ ଏକ ଟ୍ରକ ରେ ସ୍କୁଲ ରୁ ଫେରୁଥିବା ବେଳେ ପରମପାଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନା ଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଶିକ୍ଷକ ଙ୍କ ଠାରୁ ୧୪ ହଜାର ୯୮୦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଏବଂ ଡ୍ରାଇଭର ଶ୍ରୀଧର ମହାପାତ୍ର ଙ୍କୁ ମଧ୍ୟ ମାଡ଼ ମାରି ୧୧ ହଜାର ୮୦୦ ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି । ଶିକ୍ଷକ ଜଣକ ଅଚେତ ଅବସ୍ଥାରେ କିଛି ସମୟ ରହିଥିବା ବେଳେ କିଛି ଲୋକ ଉଦ୍ଧାର କରିଥିଲେ । ଏହା ପରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଥିରେ ସ୍ଥାନୀୟ କିଛି ଯୁବକ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି । ଏ ନେଇ ଶିକ୍ଷକ ଓ ଡ୍ରାଇଭର ଥାନା ର ଦ୍ବାରସ୍ଥ ହୋଇଛନ୍ତି । ଟ୍ରକଟି ଇଟା ନିର୍ମାଣ ପାଇଁ ପାଉଁଶ ଗୁଣ୍ଡ ଧରି ଲାଞ୍ଜିଗଡ ଠାରୁ ଜି.ଉଦୟଗିରି ଆସୁଥିବା ବେଳେ ଏହି ଘଟଣା ଘଟିଛି । ଉକ୍ତ ଟ୍ରକଟି ଭଞ୍ଜନଗର ନିକଟସ୍ଥ କ୍ଷତ୍ରିୟ ବରପୁର ବଡ଼ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ଲେଙ୍କା ଙ୍କ ବୋଲି ଜଣାପଡିଛି l
ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ !!!

