ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ ! ବାଣପୁର ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । ଜଣେ ବିବାହିତା ମହିଳାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହିତ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଣପୁର ଥାନା ପ୍ରତାପ ଗ୍ରାମର ସୁକୁଟା ନାୟକଙ୍କ ପୁଅ ପ୍ରକାଶ ନାୟକ । ଖବର ନେବାରେ ଜଣାଯାଏ ଯେ , ତୁମୁରାପୁଟ ପଞ୍ଚାୟତ ପ୍ରତାପ ଗ୍ରାମର ପ୍ରକାଶ ନାୟକ , ବାଣପୁର ଅଞ୍ଚଳ ର ବିବାହିତା ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହିତ ତାଙ୍କ ଆପତ୍ତିଜନକ ଫଟୋ ଓ ଭିଡ଼ିଓ କୁ ସୋସିଆଲ ମିଡିଆରେ ଅପଲୋଡ଼ କରି ତାଙ୍କୁ ବଦନାମ କରୁଥିବା ନେଇ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଣପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ ଗତକାଲି ରାତ୍ରିରେ ଏକ ନିର୍ଦିଷ୍ଟ ଅଞ୍ଚଳରୁ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ।
ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ !!!

