ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ନୟାଗଡ଼ ଶାଖା ଆନୁକୁଲ୍ୟରେ ଓ ବଡସହରା ଗ୍ରାମର ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଳବ୍ ସହଯୋଗରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଡସହରା ହନୁମାନ ମନ୍ଦିର ଖେଳ ପଡିଆଠାରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ କିଛି ଆଞ୍ଚଳିକ ଦଳକୁ ନେଇ କବାଡି ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେଇଥିଲା ବେଳେ ଖେଳର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୮ ଟି ଭଲିବଲ ଦଳମାନଙ୍କ ମଧ୍ୟରେ କଡ଼ା ଟକର ହୋଇଥିଲା । ଫାଇନାଲ ଖେଳ ଗୋଡ଼ିଆଳି ଓ ବାଘୁଆପଲ୍ଲି ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଏଥିରେ ଗୋଡିଆଳି ଦଳ ବିଜୟୀ ହୋଇଥିଲା । ବିଜୟୀ ଦଳକୁ ଟ୍ରଫି, ମେଡାଲ, ସାର୍ଟିଫିକେଟ ସହ ଦୁଇ ହଜାର ଟଙ୍କା ଓ ଉପ-ବିଜେତା ଦଳକୁ ଏକ ହଜାର ଟଙ୍କା ପୁରସ୍କାର ରାଶି ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ଦିନ ଖେଳରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ଅନୁରାଗ କୁମାର ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ସି.ୱାଇ.ଏସ୍. ଡବ୍ଲୁ ର ସାଧାରଣ ସମ୍ପାଦକ ନିତୁରଞ୍ଜନ ଦାସ, ବଡ଼ସହରାର ବରିଷ୍ଠ ସଦସ୍ୟ ଦଣ୍ଡପାଣି ନାୟକ ଯୋଗ ଦେଇଥିଲେ । ଶଙ୍କର ପ୍ରସାଦ ମଲ୍ଲିକ ଓ ମନୋରଞ୍ଜନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ଓ ସ୍କୋର ବୋର୍ଡର ଦାୟିତ୍ଵ ନେଇଥିଲେ ରାମଚନ୍ଦ୍ର ପୃଷ୍ଟି ଓ ଜ୍ୟୋତିରଂଜନ ଖଟେଇ । କ୍ଳବ୍ ର ସମ୍ପାଦକ ସତ୍ୟବ୍ରତ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ଳବ୍ ର ସଦସ୍ୟ ତ୍ରିନାଥ, ରାଜୁ, ବ୍ରହ୍ମା, ମଣ୍ଟୁ, ବୁଟୁ , ଜଗା, ରଘୁ, ଦିବାକର, ଝୁଲିଆ, ଗୋବିନ୍ଦ, କାଠିଆ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *