ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ କୃଷି ପାଠ ଶାଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିବା ସହ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋହନା, ନୂଆଗଡ଼, ଗୋଶାଣୀର 125 ଜଣ ଚାଷି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସୁନାରାମ ସିଂ ଜେନେରାଲ ମେନେଜର ଡ଼ିଆଇସି ଗଜପତି, ଏଏଇ ସସ୍ମିତା ବେହେରା, ଏଲଡିଏମ ମହେଶ୍ୱର ମଣ୍ଡଳ, ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ ମହାନ୍ତି, ଜଳ ଛାୟା ପ୍ରକଳ୍ପ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପଟ୍ଟନାୟକ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ଦିଲ୍ଲୀପ ଡିଗାଲ ଏଏଚଓ ଗୁମ୍ମା, ସହକାରୀ ମତ୍ସ୍ୟ ଅଧିକାରୀ ନିଳାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅଧିକାରୀ ମାନେ ନିଜ ବିଭାଗର ଯୋଜନା ବିଷୟରେ ଚାଷିଙ୍କୁ ବୁଝାଇଥିଲେ । ଚାଷି ମାନେ . ଅଧିକାରୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର । ଆସିଥିବା ଚାଷୀ ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏହି ଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା : ତୃତୀୟ ଦିନରେ କୃଷି ପାଠ ଶାଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର !!!

