ଭାପୁର ବ୍ଲକ ତାଲିମ ଗୃହରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତାଲିମ ଗୃହରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଶିବିରରେ ଜିଲ୍ଲପାଳ ରବୀନ୍ଦ୍ର ସାହୁ ଜନ ସାଧାରଣଙ୍କ ଅଭିଯୋଗ ଶୁଣିଥିଲେ ! ସମୁଦାୟ 182 ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ଅଭିଯୋଗ 135ଟି, ସାମୁହିକ ଗ୍ରାମ୍ୟ ଅଭିଯୋଗ 4ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ବଦ୍ଧୀୟ ଅଭିଯୋଗ 39 ଟି ରହିଥିଲା ! ଜିଲ୍ଲା ରେଡକ୍ରସ ପକ୍ଷରୁ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ ନିମନ୍ତେ ଜିଲ୍ଲପାଳ ଙ୍କୁ ସୁପାରିଶ କରିଥିଲେ ! 182 ଟି ଅଭିଯୋଗ ମଧ୍ୟରୁ ତୁରନ୍ତ 62 ଟି ଅଭିଯୋଗର ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡିକୁ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ! ଏହି ଜନଶୁଣାଣି ଶିବିରରେ ନୟାଗଡ଼ ଜିଲ୍ଲା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅଲେଖ ଚଦ୍ର ପହି, ଡେପୁଟି କଲେକ୍ଟର ଆୟୁଷ ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶରତ ଚନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ , ଭାପୁର ବିଡ଼ିଓ ରଂଜିତ କୁମାର ମଲ୍ଲିକ, ସ୍ଥାନୀୟ ତହସିଲଦାର ଲଗ୍ନଜିତ ବେହେରା ଓ ଜିଲ୍ଳାସ୍ତରୀୟ ପଦାଧିକାରୀ, ବ୍ଲକ ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡିକୁ ଶୁଣାଣି କରିବାରେ ଜିଲ୍ଲପାଳ ଙ୍କୁ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *