ରାସଗୋବିନ୍ଦପୁର ରେ ସରଗରମ ହେଉଛି ଚାଉଳ ରାଜନୀତି !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ସମ୍ମୁଖ ରେ କେନ୍ଦ୍ର ସରକାର ବିରୋଧରେ ବ୍ଲକ୍ ବିଜେଡି ତରଫରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ, ଭାରତୀୟ ଜନତା ପାର୍ଟି ତରଫରୁ ମୂଷା ମାରି ନିଲମ୍ ଟକିଜ୍ ଠାରେ ମଣ୍ଡଳ କାର୍ଯକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ସରକାର ଗରିବ କଲ୍ୟାଣ ଯୋଜନା ରେ ମାଗଣା ୫ କେଜି ଚାଉଳ ବନ୍ଦ କରି ଗରିବ ପେଟରେ ଲାତ ମାରିଛନ୍ତି ବୋଲି ବିଜୁ ଜନତା ଦଳ କହୁଥିବାବେଳ ରାଜ୍ୟ ସରକାର ଆବାସ ଗୃହ ବଣ୍ଟନରେ ଅନିୟମିତତା କରିଛନ୍ତିି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ଦଳର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେଡି ତରଫରୁ ମୋରଡ଼ା ବିଧାୟକ ରାଜକିଶୋର ଦାସ, ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିତିନନ୍ଦା କାନୁନଗୋ, ଜିଲ୍ଲା ବିଜେଡି ଉପ ସଭାପତି ଆଦିତ୍ୟ କୁମାର ପଣ୍ଡା, ବ୍ଲକ ସଭାପତି ହରେକୃଷ୍ଣ ନାୟକ, ତୁଙ୍ଗ ନେତା ଉତ୍ତମ ମହାନ୍ତି, ମାନବ ମହାନ୍ତି, ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦାଙ୍କ ସମେତ ବ୍ଲକ ରେ ଥିବା ୧୬ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ତଥା ୪୮ ନମ୍ବର ଜୋନର ଜିଲ୍ଲା ପରିଷଦ ଶ୍ୟାମସୁନ୍ଦର ଡାକୁଆ ପ୍ରମୁଖ ଉପସ୍ଥିତ ହୋଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୁ ତୁରନ୍ତ ଚାଲୁ ନ କରାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଶେଷରେ କେନ୍ଦ୍ର ସରକାର ଙ୍କ ଉଦ୍ଦେଶ୍ୟ ରେ ରାସଗୋବିନ୍ଦପୁର ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବ୍ଲକ ବିଜେପି ସଭାପତି ପୂରୂଷତ୍ତମ ଦେ, ବିଜେପି ତୁଙ୍ଗ ନେତା ସୂଧିର ଘୋଷ ପ୍ରମୁଖ ଉପସ୍ଥିତ ହୋଇ ସଭାକାର୍ଯ୍ୟ ରେ ରାଜ୍ୟ ସରକାର ଙ୍କ ବିରୋଧ ରେ ବକ୍ତବ୍ୟ ରଖିଥିଲେ । ବିଜେଡି ତରଫରୁ ଭାରତୀୟ ଜନତା ପାର୍ଟି କୁ ଭାରତୀୟ ଯାତ୍ରା ପାର୍ଟି କୁହାଯାଇଥିବା ବେଳେ, ରାଜ୍ୟ ରେ ମିଛୁଆ ଗାଲୁଆ ସରକାର ଭୋଟ ହାତେଇବା ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବିଜେପି ମୁଖପାତ୍ର ବକ୍ତବ୍ୟ ରଖିଥିଲେ । ତେବେ ଦେଖିବାକୁ ରହିଲା ଆଗାମୀ ୨୦୨୪ ନିର୍ବାଚନ ରେ ସାଧାରଣ ଜନତା କାହାକୁ ପସନ୍ଦ କରୁଛନ୍ତି

Leave a Reply

Your email address will not be published. Required fields are marked *