ଶଦ୍ଦ ଅଙ୍ଗୀକାର ହେଲେ ତାହା ମନ୍ତ୍ର ହୁଏ : ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଖାତନାମା ସାହିତ୍ୟିକ ଡ. ଗୈାରହରୀ ଦାସ ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସାହିତ୍ୟ ସଭାରେ ନୟାଗଡ଼ର ଉନ୍ନତୀ କେବଳ ରାସ୍ତାଘାଟର ବିକାଶରେ ନୁହେଁ, ବରଂ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ କ୍ଷେତ୍ରରେ ହୋଇଛି ବୋଲି ଉପାଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ । ନୟାଗଡ଼ ମାଟିରେ ବସ୍ତୁ ଅପେକ୍ଷା ଭାବକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି ଡ. ଦାସ କହିଥିଲେ । ଶଦ୍ଦ ଏଭଳି ଏକ ଶସ୍ତ୍ର, ଯାହା ଅନ୍ୟାୟସରେ ମଣିଷକୁ ଲହୁଲୁହାଣ କରିଥାଏ ବୋଲି କହିଥିଲେ । ଶଦ୍ଦର ସାମର୍ଥ ଏପରି ଯେ, ବିଛଣା ଧରିଥିବା ଲୋକ ଶକ୍ତ ହୋଇ ଉଠେ । ସାହିତ୍ୟ ବୁଝିବା ପାଇଁ ବ୍ୟାକରଣ ନୁହେଁ ଶିହରଣ ଦରକାର ହୁଏ ବୋଲି କହିଥିଲେ । ଶଦ୍ଦ ଅଙ୍ଗୀକାର ହେଲେ ତାହା ମନ୍ତ୍ର ହୁଏ, ଶଦ୍ଦ ବିଶ୍ୱାସ ନଥିବା ଅବା ଅଙ୍ଗୀକାର ନଥିବା ତାହା ଶବ ପାଲଟିଯାଏ । ରାଶି ରାଶି ଶଦ୍ଦ, ଲକ୍ଷ ଲକ୍ଷ ବାକ୍ୟ, ଶହ ଶହ ସାହିତ୍ୟ ମଣିଷ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମୁଖ୍ୟ ଅତିଥି କହିଥିଲେ । ବହିର ଆବଶ୍ୟକତା ବିଷୟୟରେ ବୁଝାଇବାକୁ ଯାଇ ମୁଖ୍ୟ ଅତିଥି ପୃଥିୀ ନାରାୟଣୀ ସେନା ହେଲେ ବହି ଶ୍ରୀକୃଷ୍ଣ ବୋଲି ମତବ୍ୟକ୍ତ କରିଥିଲେ । ବହି ଦ୍ୱାରା ସମାଜ କିଭଳି ଆଗକୁ ବଢ଼ୁଛି ତାହା ମଧ୍ୟ କହିଥିଲେ । ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ସମାଜରେ ମହୁମାଛିଙ୍କ ସଂଖ୍ୟା କମ ଓ ମଶାଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ । ଏହା ସହିତ ଅନେକ ଉପାଦେୟ ବିଷୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବହୁ କବି ଓ ସାହିତ୍ୟିକଙ୍କ ଉପାଦେୟ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କବି ଶେଖ୍ ଅବଦୁଲ୍ ଖାଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବହି ଷ୍ଟଲ ଓ ଅନେକ କ୍ୟାରିୟର କାଉନସେଲିଂ ଷ୍ଟଲ ଖୋଲା ଯାଇଥିଲା । କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ସଂଜୟ କୁମାର ସ୍ୱାଇଁ, ଅନୀଲ କୁମାର ପଣ୍ଡା, ଶରତ ଚନ୍ଦ୍ର ଆଚାର୍ଯ୍ୟ, ବିଶ୍ୱଜିତ୍ ନାୟକ,ପ୍ରମୂଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *