ଘର ଉଛେଦ ପୂର୍ବରୁ ଥଇଥାନ ଦାବୀ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରେଳବାଇ ଜାଗାରେ ଥିବା ସମସ୍ତ ବସ୍ତି ବାସିନ୍ଦା , ଭୂମୀ ହୀନ,ଦିନ ମଜୁରିଆ, ଅସହାୟ ଗରିବ ଲୋକଙ୍କର ଘର ଉଛେଦ ପୂର୍ବରୁ ଅନ୍ୟତ୍ର ଜମିରେ ଥଇଥାନ ପାଇଁ ଦାବୀ । ଏହି କାର୍ଯ୍ୟକ୍ରମ ରେ ଆପ୍ ନେତା ଜନ୍ମେଜୟ ସ୍ବାଇଁ ଏବଂ ଜିଲ୍ଲା ଆବାହକ ରାୟଗଡା ଙ୍କ ନେତୃତ୍ବ ରେ ସ୍ଥାନୀୟ କୋରାପୁଟ ଛକରୁ ବସ୍ତିର ଲୋକଙ୍କୁ ଧରି ଏକ ଶୋଭାଯାତ୍ରା ମାଧ୍ୟମ ରେ ସହରର ମୂଖ୍ଯ ରାସ୍ତା ଦେଇ ଜିଲ୍ଲାପାଳଙ୍କ ଅଫିସ୍ ରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଶ୍ରୀମତୀ ସୁଚିତ୍ରା ପାଇକ ଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସକ୍ରିୟ ସଦ୍ୟସ ଦୂର୍ଗା ଚରଣ ପଟ୍ଟନାୟକ, ମଧୁସୁଦନ ପାଣିଗ୍ରାହୀ, ସନ୍ତୋଷ ପାଇକ, ହେମନ୍ତ ଖରା, ବି ଜଗଦିସ୍, ସୁଦାମା ପାଇକ, କୁମଦିନ ରଏ, ଅନିତା ପାତ୍ର, ରଜନି ବେହେରା, ଲକି ଶଗଡିଆ ଏବଂ ଅନ୍ଯ ଆପ୍ ର କର୍ମୀ ମାନେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *