ସରକାରଙ୍କ ଉପରେ ପଡିଲା ପ୍ରଭାବ : ସ୍ୱାସ୍ଥ୍ୟ ବୀମା ଯୋଜନା ନେଇ ଓ ୟୁ ଜେ ଉଠାଇଥିଲା ସ୍ୱର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସ୍ୱାସ୍ଥ୍ୟ ବୀମା ଯୋଜନା ନେଇ ଓ ୟୁ ଜେ ଉଠାଇଥିବା ସଶକ୍ତ ସ୍ୱରର ପ୍ରଭାବ ସରକାରଙ୍କ ପରେ ପଡିଛି l ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ସହ ଯୋଡି ହେବନାହିଁ ! ବୀମା ଭୁକ୍ତ ସମସ୍ତ ସାମ୍ବାଦିକଙ୍କ ବୀମା ଆଗାମୀ ଏକ ବର୍ଷ ପାଇଁ ନବୀକରଣ ହୋଇସାରିଛି , ଆସନ୍ତା ସାତ ଦିନ ଭିତତର ନୂଆ କାର୍ଡ ମିଳିଯିବ l କାହାର ଜରୁରୀ ଆବଶ୍ୟକ ପଡିଲେ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ବୀମା ସୁବିଧା ପାଇବାରେ କୌଣସି ଅସୁବିଧା ରହିବ ନାହିଁ l ଏସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓୟୁଜେ କୁ ଏହି ସୂଚନା ଦେଇଛନ୍ତି l ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଆୟୁଷ୍ମାନ ସହ ମିଶୁ ନାହିଁ ଓ ଏହା ପୂର୍ବ ଭଳି ଚାଲୁରହିବ ବୋଲି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇଛି l

 

Leave a Reply

Your email address will not be published. Required fields are marked *