ଇନଷ୍ଟାଗ୍ରାମ ରିଲସରେ ମତୁଆଲା ବାଲୁଗାଁ, ବାଣପୁର ଅଞ୍ଚଳର କଲେଜ ଛାତ୍ର ଛାତ୍ରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର ଅଞ୍ଚଳର କିଛି କଲେଜ ଛାତ୍ର ଛାତ୍ରୀ ଇନଷ୍ଟାଗ୍ରାମ ରିଲସରେ ମତୁଆଲା ଥିବାର ଦେଖିବାକୁ ମିଳିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି କଲେଜ ଛାତ୍ର ଛାତ୍ରୀ ମାନଙ୍କର ସୋସିଆଲ୍ ମିଡିଆରେ ରିଲସ୍ ବା ସର୍ଟ ଭିଡିଓରେ ଅଭାବନୀୟ ଦୃଶ୍ୟ । କଲେଜ୍ ଛାତ୍ର ଛାତ୍ରୀ ମାନେ ପାଠରେ ମନ ନ ଦେଇ ପାଠ ପଡ଼ିବାକୁ କଲେଜ ଆସି କଲେଜ ପରିସରରେ ଭିତରେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ଇନଷ୍ଟାଗ୍ରାମରେ ରିଲସ କରୁଥିବାର ଦେଖିବାକୁ ମିଳୁଛି । ଏପରି କଲେଜ ଛାତ୍ର ଛାତ୍ରୀ କଲେଜ ଯାଇ ପାଠ ନ ପଢି କଲେଜ ପରିସର ଭିତରେ ଏପରି ଦୃଶ୍ୟ ଆଗାମୀ ଦିନରେ ନୂତନ ଯୁବପିଢ଼ି ମାନଙ୍କ ପାଇଁ ଖରାପ ପ୍ରଭାବ ପକାଇବ ବୋଲି ବାଲୁଗାଁ ବାଣପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଉପରେ ବାଲୁଗାଁ, ବାଣପୁର ଅଞ୍ଚଳର ସମସ୍ତ କଲେଜ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲେ ଆଗାମୀ ଦିନରେ ନୂତନ ପିଢ଼ି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ବୋଲି ସ୍ଥାନୀୟ ଅଞ୍ଚଳ ବାସି କହୁଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *