କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲାର ବାଙ୍କୀ ବ୍ଲକ ରେ ଅବସ୍ଥିତ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଅଧକ୍ଷ ସୁନନ୍ଦ କୁମାର ଛାଟୋଇ ଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ହେମନ୍ତ କୁମାର ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ମହେଶ୍ୱର ସାହୁ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନୀତ ଅତିଥି ରୂପେ ବାଙ୍କୀ ମହାବିଦ୍ୟାଳୟ ଅଧ୍ୟାପକ କବି ଡା ଶଶୀଭୂଷଣ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଡ଼ମପଡା ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କଳାପଥର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପରିଚାଳନା କମିଟିର ବରିଷ୍ଠ ସଭ୍ୟ ମିର୍ଜା ସରଦାର ଅଲିବେଗ ଉପସ୍ଥିତ ରହି ମହାବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ରଂଜନ କୁମାର ଜେନା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା !
କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ !!!

