ବିଲ୍ କରିବାରେ ବିଳମ୍ବ : ଠିକାଦାର ମାନଙ୍କ ଆକ୍ରୋଶ ର ଶିକାର ହେଲେ ଯନ୍ତ୍ରୀ !!!

0
146

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଲ୍ କରିବାରେ ବିଳମ୍ବ , ଠିକାଦାର ମାନଙ୍କ ଆକ୍ରୋଶ ର ଶିକାର ହେଲେ ଯନ୍ତ୍ରୀ । ପାଇଖାନା ରେ ଲୁଚିଥିଲେ ଯନ୍ତ୍ରୀ , ମାଡ଼ରେ ଫାଟିଲା ମୁଣ୍ଡ ! ଘଟଣାକୁ ଏନ୍ ଏ ସି ଅଧ୍ୟକ୍ଷା ଙ୍କ ନିନ୍ଦା ! ଏନ୍ ଏ ସି ର ସଭା ବାତିଲ ! ସରକାର ଙ୍କ ବିକାଶ ର କର୍ଣ୍ଣଧାର ହେଉଛନ୍ତି ଠିକାଦାର । ଠିକାଦାର ମାନେ କାମ କରି ଠିକ୍ ସମୟ ରେ ସେମାନଙ୍କ ଅର୍ଥ ନ ପାଇବାରୁ ଏକ ଅଭାବନୀୟ ଘଟଣା ଘଟି ଯାଇଛି ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟାଳୟ ମଧ୍ୟରେ । କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ଯରତ ଥିବା ଜଣେ ଯନ୍ତ୍ରୀ ଠିକାଦାର ଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି । ଆକ୍ରୋଶ ର ଶିକାର ହୋଇଥିବା ଯନ୍ତ୍ରୀ ଙ୍କ ନାମ ସୁବ୍ରତ କୁମାର ମହାପାତ୍ର । ଦଶପଲ୍ଲା ଏନ୍ ଏ ସି ଅଞ୍ଚଳ ମଧ୍ୟରେ କିଛି ବିକାଶ ମୂଳକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ଯ କରିଥିବା ଠିକାଦାର ମାନେ ସେମାନଙ୍କ ଟଙ୍କା ପାଇ ନ ଥିଲେ । ଏହାକୁ ନେଇ ଠିକାଦାର ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶୁକ୍ରବାର ଦିନ ଏକାଠି ହୋଇଥିଲେ ଓ ଏକ ଦାବିପତ୍ର ଦେବା ପାଇଁ ଠିକାଦାର ମାନେ ସ୍ଥିର କରି ଥିବା ବେଳେ ଠିକାଦାର ମାନେ ଆସିବା ଖବର ପାଇ ନିଜ କାର୍ଯ୍ୟାଳୟ ରେ ଟେଣ୍ଡର କାର୍ଯ୍ଯ କରୁଥିବା ଯନ୍ତ୍ରୀ ସୁବ୍ରତ କାର୍ଯ୍ୟାଳୟ ରୁ ଯାଇ ଏକ ଲାଟିନ ମଧ୍ୟରେ ଲୁଚାଇଥିଲେ । ପରେ ଠିକାଦାର ମାନେ ଏକ ଦାବିପତ୍ର ଦେବା ପାଇଁ ଦଶପଲ୍ଲା ଏନ୍ ଏ ସି କାର୍ଯ୍ୟାଳୟ କୁ ଆସିଥିବା ବେଳେ ଯନ୍ତ୍ରୀ ସୁବ୍ରତ ଙ୍କୁ ପାଇ ନ ଥିଲେ । ପରେ ଯନ୍ତ୍ରୀ ଲାଟିନ ଭିତରେ ଥିବା ଜାଣି ଠିକାଦାର ସୁଜିତ୍ ମିଶ୍ର ଲାଟିନ କବାଟ ଭାଙ୍ଗି ତାଙ୍କୁ ଲାଟିନ ଭିତରୁ ତାଙ୍କ ସାଟ ଧରି ଘୋଷାରି ଆଣିବା ପରେ ଏନ୍ ଏ ସି ଉପାଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ କୁ ନେଇଥିଲେ । ସେଠାରେ ପାଖରେ ଥିବା ଠିକାଦାର ପ୍ରମୋଦ ବେହେରା ଓ ସୂର୍ଯ୍ୟମଣି ଦାସ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ତାଙ୍କର ବାମ ଆଖି ପତା ରକ୍ତ ଜମାଟ ବାନ୍ଧିବା ସହ ମୁଣ୍ଡ ଫାଟି ରକ୍ତ ସ୍ରାବ ହେବାରୁ ସେ ଆକ୍ରମଣ କରିଥିବା ଠିକାଦାର ମାନେ ସେଠାରୁ ଚାଲି ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ପରେ ତାଙ୍କୁ କାଉନସିଲର ସୁଶାନ୍ତ କୁମାର ସିଠ ଉଦ୍ଧାର କରି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ବୋଲି ଯନ୍ତ୍ରୀ ସୁବ୍ରତ ପ୍ରକାଶ କରିଥିଲେ । ମାତ୍ର ଦୀର୍ଘଦିନ ଧରି କାମ ସରିଥିଲେ ମଧ୍ୟ ବିଲ୍ ନ କରିବା , ବାରମ୍ବାର କାର୍ଯ୍ୟାଳୟ କୁ ଡକାଇ ଚାନ୍ଦା ମାଗିବା ଏ ପରିକି ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିଲେ ତଥ୍ୟ ନ ଦେବା ଓ ଶେଷରେ ଦାବିପତ୍ର କୁ ଫୋପାଡି ଦେବାରୁ ଏଭଳି ଘଟଣା ଘଟିଲା ବୋଲି ଠିକାଦାର ସୂର୍ଯ୍ୟ ପ୍ରସାଦ ଦାସ ପ୍ରକାଶ କରିଥିବା ବେଳେ ଜାଣି ଶୁଣି ଆମ ଫାଇଲ କୁ କାମ ନ କରିବା ଓ ସଦା ସର୍ବଦା ଚାନ୍ଦା ଆଦାୟ ସହ ଆମ ଦାବିପତ୍ର ନ ରଖିବାରୁ ଏଭଳି ଘଟଣା ଘଟିଲା ବୋଲି ସୁଜିତ୍ ମିଶ୍ର ପ୍ରକାଶ କରିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରି ଯନ୍ତ୍ରୀ ସୁବ୍ରତ କହିଛନ୍ତି ଯେ ସେହି ଠିକାଦାର ମାନେ ଯେଉଁ କାମ କରିଥିଲେ ସେମାନଙ୍କ ଫାଇଲ କାମ ଶେଷ ହୋଇଛି । କେବଳ ଏମଇ ନଥିବାରୁ ବିଲ୍ ପାସ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିବା ସହ ପୂର୍ବରୁ ସୁଜିତ୍ ମିଶ୍ର ଙ୍କ ନାମରେ ମୋକଦ୍ଦମା କରିଥିବାରୁ ସେମାନେ ଆକ୍ରୋଶ ରଖି ଏଭଳି ଘଟଣା ଘଟାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ମାତ୍ର ଏହି ଘଟଣାକୁ ଏନ୍ ଏ ସି ଅଧ୍ୟକ୍ଷା ନିନ୍ଦା କରିଥିବା ବେଳେ ଏନ୍ ଏ ସି କାର୍ଯ୍ୟାଳୟ ରେ ପସି ଗଣ୍ଡଗୋଳ କରିବା । ଲାଟିନ କବାଟ ଭାଙ୍ଗିବା ଓ କାର୍ଯ୍ୟାଳୟ ରେ ପଶି ଯନ୍ତ୍ରୀ ଙ୍କୁ ଆକ୍ରମଣ କରିଥିବା ଠିକାଦାର ଙ୍କ ବିରୋଧରେ ମୋକଦ୍ଦମା କରାଯିବ ବୋଲି ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଥିବା ତହସିଲଦାର ଶ୍ରୀକୁମାର ରଥ ପ୍ରକାଶ କରିଛନ୍ତି । ଅନ୍ୟ ପାର୍ଶ୍ଵରେ ଏଭଳି ଘଟଣା ଘଟିବା ପରେ ହେବାକୁ ଥିବା ଏନ୍ଏସି ସଭାକୁ କାର୍ଯ୍ୟ ନିର୍ବାହି ଅଧିକାରୀ ତଥା ତହସିଲ ଦାର ବାତିଲ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here