ଓମାନ ମସ୍କଟରେ ଚିଲିକା ନିର୍ବାଚନ ମଣ୍ଡଳୀର ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନିଜଣ ଓଡ଼ିଆ ଶ୍ରମିକଙ୍କ ବିଦେଶ ଓମାନ ରେ ମୃତ୍ୟୁ ଘଟିଛି । ମୃତ ତିନିଜଣ ଶ୍ରମିକ ହେଲେ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମର ବାଲା ମୁଦୁଲି (୫୬) ଚିଲିକା ବ୍ଲକ ପ୍ରାଣଦେଇପୁର ଗ୍ରାମର ତପନ ବେହେରା (୫୮) ଏବଂ ଟାଙ୍ଗୀ ଥାନା ରଘୁନାଥପୁର ସାହିର ମହେଶ୍ୱର ବେହେରା । ତିନିଜଣ ନିଜ ଭିଟାମାଟି କୁ ଛାଡି ଦୁଇ ପଇସା ରୋଜଗାର ପାଇଁ ସୁଦର ଓମାନ ଯାଇଥିଲେ । ସେଠାରେ ଥିବା ଗଲଫର କନଷ୍ଟ୍ରକ୍ସନ କମ୍ପାନୀରେ ଦୀର୍ଘ ବର୍ଷ ହେବ କାମ କରି ଆସୁଥିଲେ l ଗତ ୧୮ ତାରିଖ ଶୁକ୍ରବାର ଦିନ କମ୍ପାନୀ ଛୁଟିଥିବାରୁ ନିଜ ନିଜ ଘରକୁ ଟଙ୍କା ପଠାଇବା ପାଇଁ କମ୍ପାନୀ ଗାଡ଼ିରେ ବ୍ୟାଙ୍କ ଯାଉଥିବା ସମୟରେ ମସ୍କଟ ସିଟିରେ ଗାଡିଟି ଭରସ୍ୟମ ହରାଇ ଡିଭାଇଟରରେ ବାଡ଼େଇ ହୋଇଥିବାରୁ ଘଟଣା ସ୍ଥଳରେ ୪ ଜଣଙ୍କ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ମଧ୍ୟରୁ ଚିଲିକା ନିର୍ବାଚନ ମଣ୍ଡଳୀର ତିନି ଜଣ ଓଡ଼ିଆ ଶ୍ରମିକ ଥିଲେ । କମ୍ପାନୀ ଆଜି ମୃତଦେହ ନିଜ ନିଜ ପରିବାରକୁ ହସ୍ତାନ୍ତର କରିଥିବାରୁ ପରିବାର ଲୋକଙ୍କ କାନ୍ଦ ବୋବାଳି ପଡିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *