ସମାଜସେବୀଙ୍କ ଦ୍ୱାରା ଅସହାୟ ମହିଳା ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲେ ଅସହାୟ ମହିଳା l କେବେ ସେ ଖାଇବାକୁ ପାଏତ କେବେ ନାହିଁ , ଏଇ ଗାଁ ରୁ ସେଈ ଗାଁ ବୁଲିବୁଲି ତାର ଦିନ କଟେ ! ହେଲେ ହଠାତ ତାକୁ ଲୋକ ମାନେ ରାସ୍ତା କଡରେ ବସି କାନ୍ଦିବାର ଦେଖିଲେ , ଆଉ ପରେ ଜାଣିବାକୁ ପାଇଲେ ସେଇ ଅସହାୟ ମହିଳା ଗୋଡ଼ରେ କ୍ଷତ ହୋଇ ପୋକ ଲାଗିଯାଇଛି l ଏହି ଖବର ପାଇବା ପରେ ସାଇ ପ୍ରସାଦ ଖାଦ୍ୟରଥ ସଂଗଠନ ର ଚିକୁ ଭାଇ ଏବଂ ସ୍ମାଇଲ ନୟାଗଡ଼ ଫାଉଣ୍ଡେସନର ସଭ୍ୟମାନେ ସେହି ସ୍ଥାନରେ ପହଂଚି ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି କରିଥିଲେ ଏବଂ ସମସ୍ତ ସେବା ଯୋଗାଇ ଦେଇଥିଲେ | ଏଥିରେ ସିଡିଏମଓ଼ ମଧ୍ୟ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *