ବାଣପୁରର ନିଆରା ବ୍ୟକ୍ତିତ୍ଵ ଡାକ୍ତର ସୁରେନ୍ଦ୍ର ନାଥ ଦାସ : ଗ୍ରାମାଞ୍ଚଳରେ ଲୋକଙ୍କୁ ଦେଇ ଆସୁଛନ୍ତି ସ୍ୱାସ୍ଥ୍ୟ ସେବା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ତୋଟା ଗାଁରେ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ସୁରେନ୍ଦ୍ରନାଥ ଦାଶ l ମାତା ଶଶୀରେଖା ଦାଶ ଓ ପିତା ଲକ୍ଷ୍ମୀଧର ଦାଶଙ୍କ ଦ୍ବିତୀୟ ପୁତ୍ର ସୁରେନ୍ଦ୍ରନାଥ ଦାଶ । ବାଣପୁର ଅଞ୍ଚଳର ସେ ଜଣେ ମେଧାବୀ ଛାତ୍ର ଭାବେ କଲେଜ ଶେଷ କରିବା ପରେ ୧୯୭୧ ମସିହାରେ ଏମକେସିଜି ମେଡିକାଲ କଲେଜ ବହ୍ମପୁରରୁ ମେଡିସିନ ବିଭାଗରୁ ନିଜର ଡିଗ୍ରୀ ହାସଲ କରିଥିଲେ l ଓ ପରେ ରାଜ୍ୟ ସରକାରଙ୍କ ଅଧିନରେ ନିଜର ଡାକ୍ଟରୀ ଜୀବନ ଆରମ୍ଭ କରିଥିଲେ ! ମାତ୍ର ୩ ମାସ ପରେ ଡାକ୍ତର ସୁରେନ୍ଦ୍ରନାଥ ଦାଶ ପ୍ରତିରକ୍ଷା ବିଭାଗରେ ଚାକିରୀ ମିଳିବାରୁ ରାଜ୍ୟ ସରକାରଙ୍କ ଚାକିରୀ ଛାଡି କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ ପାଇଁ ମନ ବଳାଇଥିଲେ l କିନ୍ତୁ ବାପା ମା’ଙ୍କ ଅନିଚ୍ଛା କୁ ପାଥେୟ କରି ନିଜ ଜନ୍ମ ସ୍ଥାନରେ ରହି ବେସରକାରୀ ଡାକ୍ତର ଭାବେ ନିଜର କାମ ଗମ୍ଭାରିମୁଣ୍ଡାରେ ନିଜର ଆରମ୍ଭ କରିଥିଲେ l ନାଟ୍ୟରଚନା ସହ ନିର୍ଦ୍ଦେଶନା ଦେବା ଓ ସାରା ବିଶ୍ୱ କୁ କରୋନା କାଳରେ ଗମ୍ଭାରୀମୁଣ୍ଡା ପତିତପାବନ ସ୍କୁଲ ଓ କୋଚିଙ୍ଗ ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ଅବୈତନ ସହ ଶିକ୍ଷାଦାନ କରାଇବା ଓ ଧାର୍ମିକ ସ୍ଥଳି ମାନଙ୍କରେ ଭଜନ ଗାନ କରିବା ଇତ୍ୟାଦିର ଅତି ଶୌକିନ ଥିଲେ l ଘରୁ ବାହାରିବା ସମୟରେ ପ୍ରତ୍ୟହ ମନ୍ଦିର ଯାଇ ପୂଜନ କରିବା ଜୀବନର ମୂଳ କାମ l ୨୪ ଘଣ୍ଟାରୁ ୧୮ ଘଣ୍ଟାରୁ ଅଧିକ ସମୟ ଏସବୁ କାର୍ଯ୍ୟକ୍ରମରେ ବିତାଇଥାନ୍ତି l ଡାକ୍ତର ସୁରେନ୍ଦ୍ର ନାଥ ଦାଶ ଶିକ୍ଷା କ୍ଷେତ୍ରରେ ରାଜ୍ୟ ରୁ ଏବଂ ରାଜ୍ୟ ବାହାରୁ ଅନେକ ପୁରସ୍କାର ପାଇବା ସହ ପ୍ରତ୍ୟକଟି ସଫଳତା ପାଇଁ ନିଜର ସଚ୍ଚୋଟତା ଓ ଏକାଗ୍ରତ ବହୁ ପାହାଚ ଚଢାଇ ପାରିଛନ୍ତି l ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ଜର ରୋଗ ଭଲ କରିବାର ଅମୋଘ ଔଷଧ ପ୍ରଦାନ କରନ୍ତି l କରୋନା କାଳରେ ଦେଶ ବିଦେଶରେ ଏକ ଭୟଙ୍କର ପରିସ୍ଥିତି ଚାଲିଥିବା ସମୟରେ, ରୋଗୀ ଚିକିତ୍ସାାର ଆବଶ୍ୟକ ସମୟରେ ବିଭିନ୍ନ ଡାକ୍ତରଖାନା ଓ ବେସରକାରୀ ଅନୁଷ୍ଠାନ ଭୟରେ ବନ୍ଦ କରିଥିବା ସମୟରେ ଡାକ୍ଟର ସୁରେନ୍ଦ୍ର ଦାଶ ନିର୍ବିକାର ଭାବେ ରୋଗୀ ସେବାରେ ଲାଗିଥାନ୍ତି ! ଏହା ଏକ ବିରଳ ଦୃଷ୍ଟାନ୍ତ । ଦୁଇ ଦୁଇ ଥର କରୋନା ଆକ୍ରାନ୍ତ ହୋଇ ମଧ୍ୟ ରୋଗୀ ଚିକିତ୍ସା ବନ୍ଦ କରିନାହାନ୍ତି l ଏଭଳି ଚରିତ୍ର ଓ ସେବା ଦେଖିବାରେ ବିରଳ l ଉତ୍ତମ ରୋଗ ଚିକିତ୍ସା, ଗ୍ରହଣୀୟ ଶିକ୍ଷାଦାନ, ସ୍ମରଣୀୟ ନିର୍ଦ୍ଦେଶନା ଓ ଅମ୍ଳାନ ସମାଜ ସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ଅତି ପ୍ରିୟ l ଏକ କର୍ମବୀର ଭାବେ କାର୍ଯ୍ୟରତ ମାନବବାଦୀ ସୁକ୍ଷ୍ମଚରିତ୍ର ମେଳାପି ବ୍ୟକ୍ତି ଡାକ୍ତର ସୁରେନ୍ଦ ନାଥ ଦାଶ ନିଜ ବାପା ମା ଙ୍କର ସ୍ବପ୍ନକୁ ଶାକାର କରିବା ସହ ଆଗାମୀ ପିଢିକୁ ପ୍ରେରଣାର ଉତ୍ସ ପାଲଟିଛନ୍ତି l

Leave a Reply

Your email address will not be published. Required fields are marked *