ମାସ ମାସ ଧରି ପଡି ରହିଛି ଵରଡିହ – ବାଲୁଗାଁ ରାସ୍ତା କାମ : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏକଦା ୫ନମ୍ଵର ଜାତୀୟ ରାଜପଥ ଭାବେ ପରିଗଣିତ ହୋଇଥିବା କଲିକତା ମାଡ୍ରାସ ଜାତୀୟ ରାଜପଥ ୧୬ ନମ୍ବର ଜାତୀୟ ରାଜପଥ ଭାବେ ୪ ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ ଓ ବହୁ ବାଇପାସ୍ ବିଶିଷ୍ଟ ଆଧୁନିକ ରୂପ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ତତ୍ତ୍ଵାବଧାନରେ ହେବା ଫଳରେ ପୂର୍ବୋକ୍ତ ରାଜପଥ ର କେତେକ ଅଂଶ ପ୍ରତ୍ୟାଖ୍ୟାତ ହୋଇ ଜନ ସାଧାରଣଙ୍କୁ ଘୋର ଦୁର୍ଦ୍ଦଶା ରେ ପକାଇଛି । ଏହି ପରିପ୍ରେକ୍ଷୀରେ ୧୬ ନମ୍ବର ଜାତୀୟ ରାଜପଥ ର ହରିକୁଣ୍ଡ ଵରଡିହ ଠାରୁ ସରଳସିଂହ ଲେଭଲ୍ କ୍ରସିଙ୍ଗ ଦେଇ ବାଲୁଗାଁ ସହର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇ ପଡ଼ିଛି ।

ଏକ ପକ୍ଷରେ କେନ୍ଦ୍ର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ୧୬ ନମ୍ବର ଜାତୀୟ ରାଜପଥ ର ନିର୍ମାଣ ଓ ପ୍ରଶସ୍ତିକରଣ ରେ ବ୍ୟସ୍ତ ଥିବା ବେଳେ ଉକ୍ତ ପରିତ୍ୟକ୍ତ ରାସ୍ତା ରାଜ୍ୟ ସରକାର ଙ୍କ ରାସ୍ତା ନିର୍ମାଣ ଅଧୀନ ରେ ଅଛି । ଏହି ରାସ୍ତା କୁ ଵରଡିହ ଠାରୁ ଵଡକୂଳ ପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ ରାସ୍ତା ର ମାନ୍ୟତା ରାଜ୍ୟ ସରକାର ଦେବାକୁ ପ୍ରସ୍ତାବ ଥିବା ବେଳେ ୧୫ କିଲୋମିଟର ପରିମିତ ଏହି ରାସ୍ତା ରୁ ପିଚୁ ଓ ମୋରମ ଉଠି ଠାଏ ଠାଏ ଖାଲ ଖମା ହେବା ଫଳରେ ପ୍ରତ୍ୟହ ବାଲୁଗାଁ ଭଳି ଵାଣିଜ୍ୟିକ ସହରକୁ ଯାତାୟତ କରିବା ଦୁରୂହ ବ୍ୟାପାର ହୋଇଯାଇଛି । ବରଡିହ ଠାରୁ ସରଳ ସିଂହ ପର୍ଯ୍ୟନ୍ତ ରାସ୍ତାରେ ପିଚୁ ରାସ୍ତା କୁ ନିର୍ମାଣ ଆଳରେ ତଡାଯାଇ ଏକ ପାର୍ଶ୍ବରେ ବିରାଟ କେନାଲ ସଦୃଶ୍ୟ ଜମା ଓ ଅନ୍ୟ ପାର୍ଶ୍ବରେ ମାଟି ସ୍ତୁପ କରାଯିବା ଫଳରେ ପ୍ରତ୍ୟହ ବହୁ ଦୁର୍ଘଟଣା ଘଟୁଛି । ଛଅ ମାସରୁ ଉର୍ଦ୍ଧ୍ବ ଏହି ଅବ୍ୟବସ୍ଥା ଲାଗି ରହିଥିବାରୁ ଲୋକମାନେ ଏହି ପ୍ରକଳ୍ପ କ’ଣ, କିଏ କରୁଛି, କାହିଁକି ବନ୍ଦ ରହିଛି ଜାଣି ପାରୁ ନାହାଁନ୍ତି । କୌଣସି ସୂଚନା ଫଳକ ମଧ୍ୟ ଲଗା ଯାଇନାହିଁ । ତୂରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଜନ ସାଧାରଣଙ୍କର ଦୁର୍ଦ୍ଦଶା ଦୂର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷ ରୁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *