ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ ଉନ୍ନୀତ ଉଚ୍ଚ ବିଧ୍ୟାଳୟ, ଜାଜପୁର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ପ୍ରୋଦୋଷ କୁମାର ନାଇକ ଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ! ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଏହାର ଶୁଭ ଆରମ୍ଭ କରି ଜାତୀୟ ବିଜ୍ଞାନ ଦିବସ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ! ଏହି ବର୍ଷ ର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫୋର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିଲେ ! ତତ ସଙ୍ଗେ ସଙ୍ଗେ ନୋବେଲ ପୁରସ୍କାର ବିଜେତା ଓ ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ଛାତ୍ର /ଛାତ୍ରୀ ମାନଙ୍କ ମନ ରେ ଲୁକୟିତ ବିଜ୍ଞାନ ଚିନ୍ତା ଧାରାକୁ ଉଦ୍ରେକ କରିବା ପାଇଁ ଉତ୍ସାହିତ କରିଥିଲେ ! ବିଜ୍ଞାନ କୁଇଜ ପ୍ରତିଯୋଗିତା କରି କୃତି ଛାତ୍ର /ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ! ବରିଷ୍ଠ ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀ ଆଧୁନିକ ଯୁଗ ରେ ବିଜ୍ଞାନର ଅବଦାନ ଅତୁଳନୀୟ ବୋଲି କହିଥିଲେ ! ଶିକ୍ଷୟତ୍ରୀ ବବିତା ପୁରୋହିତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ! ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *