ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ଗ୍ରାମ ପଞ୍ଚାୟତରେ ପ୍ରଥମ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ! ବିଂକୁଡିଆ ଗ୍ରାମାଞ୍ଚଳ ଖେଳ ପଡିଆରେ ଚଳିତ ମାସ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି ପ୍ରଥମ ବାବା ମୁକ୍ତେଶ୍ବର ଏବଂ ସିଦ୍ଧେଶ୍ବର ଅଲ ଓଡିଶା ଚ୍ୟାଲେଂଜ କପ୍ ଫୁଟବଲ ଟୁଣ୍ଣାମେଣ୍ଟ – ୨୦୨୩ । ପ୍ରଥମ କରି ଏପରି ଏକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ଫୁଟବଲ୍ ପ୍ରେମୀଙ୍କ ଭିତରେ ଉତ୍ସାହ ପରିଲଖିତ ହୋଇଛି । ଓଡିଶାରୁ ବଛା ବଛା ୧୦ ଟି ଫୁଟବଲ୍ କ୍ରିଡାଦଳ ଯଥା ଭଂଜନଗର, ଶରଧାପୁର, ଖୋର୍ଦ୍ଧା, ଟାଂଗି, ଇଟାମାଟି, ଜଗତସିଂହପୁର, ବେଗୁନିଆ, ବାଂକୀ, ଭୁବନେଶ୍ବର ଏବଂ ଢେଂକାନାଳ ଏହି ପ୍ରତିଯୋଗୀତାରେ ଭାଗ ନେଉଛନ୍ତି । ପ୍ରଥମ ଉଦଘାଟନୀ ମ୍ୟାଚ୍ ଭଂଜନଗରର ବଲରାଜ କ୍କବ ଏବଂ ଖୋର୍ଦ୍ଧା ଶରଧାପୁରର ଏସ୍.ଏସ୍.ଏ.ଦଳ ସହିତ ଖେଳାଯିବ । ମାର୍ଚ୍ଚ ୧୪ ତାରିଖ ଦିନ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ଖେଳ ଅନୁଷ୍ଠିତ ହେବା ସହିତ ବିଜେତାଙ୍କୁ ଟ୍ରଫି ସହ ୧୫ ହଜାର ଟଂକା ଓ ଉପବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଂକାର ପୁରସ୍କାର ଦିଆଯିବ ବୋଲି ଆୟୋଜକ କମିଟିର ସଭାପତି ମାନସ କୁମାର ମହାପାତ୍ର ଏବଂ ସାଧାରଣ ସଂପାଦକ ବିକ୍ରମ ରଣା ଜଣାଇଛନ୍ତି ।
ଖୋର୍ଦ୍ଧା ମଲ୍ଲିପୁର ପଞ୍ଚାୟତରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ !!!

