ଆମ୍ବସାର ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ବସାର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ସୁକିନ୍ଦା ପୋଲିସ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଆମ୍ବସାର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ସ୍ଥାନୀୟ ଅଞ୍ଚଳର 50 ବର୍ଷିୟ ରବିନ୍ଦ୍ର ମଲ୍ଲିକ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି କେସ ନଂ 46/23 ରେ ଏକ ମାମଲା ରୁଜୁ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ସଂମ୍ପୃକ୍ତ ବ୍ୟକ୍ତି ରବିନ୍ଦ୍ର ମଲ୍ଲିକଙ୍କୁ ଜିଲ୍ଲା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *