ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା “ସକାଳ” ଦୈନିକ ଓଡିଆ ଖବର କାଗଜର ଜିଲ୍ଲା ପ୍ରତିନିଧି ରଶ୍ମିରଂଜନ ମିଶ୍ରଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ପିତା ସୀତାରାମ ମିଶ୍ର ୮୭ ବର୍ଷ ବୟସରେ ହୃଦଘାତ ଜନିତ ପୀଢାରେ ଭଣ୍ଡାରି ସାହି ସ୍ଥିତ ନିଜ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ । ସ୍ୱର୍ଗତ ମିଶ୍ର କର୍ମମୟ ଜୀବନରେ ପ୍ରଥମେ ସେନା କର୍ମଚାରୀ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ସେନା କାର୍ଯ୍ୟକାଳ ସମୟରେ ୟୁଏନ୍ ସେନାରେ ସାମିଲ ହୋଇ ବିଭିନ୍ନ ଦେଶରେ ମୁତୟନ ହୋଇଥିବାର ଜଣାପଡିଛି । ସେନାରୁ ଅବସର ଗ୍ରହଣ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖାରେ ଯୋଗଦେଇ ଜଣେ ଦକ୍ଷ କର୍ମଚାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ମିଷ୍ଠଭାଷୀ, ସମାଜସେବା ଆଦି ଯୋଗୁଁ ପାରଳା ସହର ଅଞ୍ଚଳରେ ବେସ ଖ୍ୟାତି ଅର୍ଜନ କରିଥିଲେ । ବ୍ୟାଙ୍କରୁ ଅବସର ଗ୍ରହଣ ପରେ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ପୂଜାପାଠକରି ଅତିବାହିତ କରିଆସୁଥିଲେ । ହେଲେ ଗତ କିଛି ବର୍ଷ ପୂର୍ବେ ଅଣ୍ଟାରେ ଅସ୍ତ୍ରପ୍ରଚାର ପରେ ଆଉ କେଉଁ ଆଡେ ନଯାପାରି ଘରେ ହିଁ ରହି ପୂଜାପାଠ କରି ଆସୁଥିଲେ । ଧାର୍ମିକ ଓ ପୂଜାପାଠ ମନୋଭାବ ଯୋଗୁଁ ନିଜ ନିଜର ତିନିଜଣ କନ୍ୟା ଯଥା ସସ୍ମିତା ମିଶ୍ର, ସ୍ୱାଧୀ ଅନିତା ମିଶ୍ର ଏବଂ ସୁମିତା ମିଶ୍ର ଓ ଦୁଇପୁତ୍ର ଯଥା ବଡ ପୁଅ ଇଂ. ଲକ୍ଷ୍ମୀନାରାୟଣ ମିଶ୍ର ଓ ସାନ ପୁଅ ରଶ୍ମରଂଜନ ମିଶ୍ରଙ୍କୁ ବିଭିନ୍ନ ମଠ ମନ୍ଦିରରେ ଗରିବଙ୍କୁ ଦାନ ଧର୍ମ, ବ୍ରାହ୍ମଣ ଭୋଜନ, କାର୍ତ୍ତିକ ମାସରେ ଦାନପୂଣ୍ୟ, ସଂକୀର୍ତ୍ତନ, ପ୍ରବଚନ କାର୍ଯ୍ୟକ୍ରମ ଆଦି କରାଇ ଆସୁଥିଲେ । ତାଙ୍କର ନିଧନ ଯୋଗୁଁ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ରାଜନୈତିକ ଓ ସମାଜସେବୀ ସଂଗଠନ ଆଦିରେ ଶୋକ ପ୍ରକଟ ହୋଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ବସନ୍ତ ଦାସ, ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, କଂଗ୍ରେସ ନେତା ବସନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୌତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସେହିପରି ସମସ୍ତ ସାମ୍ବାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ ପାଢୀ, ଦେବାଶିଷ ପାଢୀ, ବିଧାନ ଚୌଧୁରୀ, ରୂପେଶ ସାହୁ, ଆଦର୍ଶ ଦାସ, ବାସୁଦେବ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ଗିରିଧାରି ପରିଚ୍ଛା, ଶିଶିର କୁମାର ଗୌଡ, ଦିଲ୍ଲିପ କୁମାର ଶତପଥୀ, ସନ୍ତୋଷ ପଟ୍ଟନାୟକ, ନାଗେଶ୍ୱର ମହାପାତ୍ର, ହରିହର ପଟ୍ଟନାୟକ, ଏମ୍. ଶେଖର, ଏ.ରାମୁ, ବିବେକାନନ୍ଦ ବେହେରା, ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ସରୋଜ ବୀର ପ୍ରମୁଖଙ୍କ ସହ ସମସ୍ତ ସାମ୍ବାଦିକମାନେ ଗଭିର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ମିଶ୍ରଙ୍କ ଗତକାଲି ପୁରୀର ସ୍ୱର୍ଗ ଦ୍ୱାରରେ ଅନ୍ତେଷ୍ଠିକ୍ରିୟା କରାଯାଇଥିବା ବେଳେ ତାଙ୍କ ଜ୍ୟଷ୍ଠପୁତ୍ର ଇଂ.ଲକ୍ଷ୍ମୀନାରାୟଣ ମିଶ୍ର ମୁଖାଗ୍ନି ଦେଇଥିଲ । ମରଶରୀରକୁ ପୁରୀ ନେବା ବେଳେ ବ୍ରହ୍ମପୁରଠାରେ “ସକାଳ” ଦୈନିକ ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡକ୍ଟର ଜଗନ ମୋହନ ମହାପାତ୍ରଙ୍କ ସମେତ “ସକାଳ” ବ୍ରହ୍ମପୁର ପ୍ରତିନିଧି କ୍ଷୀରସିନ୍ଧୁ ମହାନ୍ତି, ନନ୍ଦିଘୋଷ ଟିଭିର ସୁବୋଧ କୁମାର ପରିଚ୍ଛା ପ୍ରମୁଖଙ୍କ ସହ ବ୍ୟୁରୋ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ମିଶ୍ରଙ୍କ ମରଶରୀରେ ପୁଷ୍ପମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜିଳି ଜଣାଇଥିଲେ । ଏହା ସହ ଗଭୀର ଶୋକ ପ୍ରକଟ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।