ଦୋଳଯାତ୍ରା କୁ କେନ୍ଦ୍ର କରି ଦୁଇ ଗାଁ ମୁହାଁମୁହିଁ : ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୋଳଯାତ୍ରା କୁ କେନ୍ଦ୍ର କରି ଦୁଇ ଗାଁ ମୁହାଁମୁହିଁ ! ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି , ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ! ବାଙ୍କୀ ଥାନା ଅଧିନସ୍ଥ , କଇଁମୁଣ୍ଡି ଫାଣ୍ଡି ଅନ୍ତର୍ଗତ ଗୟଳବାଙ୍କ ଓ ଭଗିପୁର ଗାଁ ମଧ୍ୟରେ ଦୋଳ ଯାତ୍ରା କୁ କେନ୍ଦ୍ର କରି ସଂଘର୍ଷ ! ଘଟଣା ସ୍ଥଳ ରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ! ଆହତଙ୍କ ମଧ୍ୟରେ ଜଣେ ପୋଲିସ ଏସ ଆଇ ହୋଇଥିବା ବେଳେ ଆଉ ଜଣେ କନେଷ୍ଟବଳ ! ସେପଟେ ଚାପା ଉତେଜନା ଯୋଗୁ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ! ତେବେ ଉଭୟ ଗାଁ ର ମୁରବି ପରସ୍ପର ବିରୋଧରେ ଅଭିଯୋଗ ଆଣି ପ୍ରତିକ୍ରିୟା ଦେଇଥିବା ବେଳେ , କିଭଳି ଉଭୟ ଗାଁ ରେ ଶାନ୍ତି ବଜାୟ ରଖାଯାଇ ପାରିବ ସେ ନେଇ ବାଙ୍କୀ ପୋଲିସ ଉପଖଣ୍ଡ ଅଧିକାରୀ ରହି ବୁଝା ସୁଝା ଜାରି ରଖିଛନ୍ତି ! ସୂଚନା ଥାଉକି ଗୟଳବାଙ୍କ ଗ୍ରାମ ରେ ଦୋଳଯାତ୍ରା ଚାଲୁ ରହିଥିବା ବେଳେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ପଡ଼ିଥିବା ଯାତ୍ରା ପାର୍ଟି ବସି କରି ଦେଖିବା ପାଇଁ ସ୍ଥାନ ନିରୂପଣ କୁ ନେଇ ହୋଇଥିଲା ମୁହାଁମୁହିଁ ପରିସ୍ଥିତି ! ପରେ ଏହା ଉଭୟ ଗାଁ ମଧ୍ୟରେ ଗୋଷ୍ଠି ସଙ୍ଘର୍ଷ ର ରୂପ ନେଇଥିଲା ! ଆଉ ରାଜ ରାସ୍ତା ରେ ଉଡ଼ିଥିଲା ଢେଲା ପଥର. କାଚ ବୋତଲ ! ବିଭିନ୍ନ ମରଣାସ୍ତ୍ର ରେ ମାରପିଟ ଯୋଗୁଁ ଉପୁଜିଥିଲା ଭୟାବହ ପରିସ୍ଥିତି ! ସ୍ଥିତି ସମ୍ଭାଳିବା ବେଳେ ଆହତ ହୋଇଥିଲେ ବାଙ୍କୀ ଥାନା ର ପୋଲିସ ଏସଆଇ ସୁଶାନ୍ତ କୁମାର ଷଡ଼ଙ୍ଗୀ ! ତେବେ ଏବେ ପରିସ୍ଥିତି ସଂପୂର୍ଣ୍ଣ ପୁଲିସ ନିୟନ୍ତ୍ରଣରେ ରହିଅଛି !

Leave a Reply

Your email address will not be published. Required fields are marked *