ବାଲୁଗାଁ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଏକୋଇଶ ଦେବାଦେବୀଙ୍କ ମିଳନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ନିକଟସ୍ଥ ସୁବୁଦ୍ଧିପାଟଣା ଜଗତେଶ୍ୱର ଦେବଙ୍କ ପୀଠରେ ଚାରି ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବା ସହ ଏକୋଇଶ ଦେବାଦେବୀଙ୍କ ମିଳନ ମହୋତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ୨୪ ତାରିଖ ଗୁରୁବାର ଦିନ ଅଧିବାସ ହୋଇଥିବା ବେଳେ ଶୁକ୍ରବାର ଓ ଶନିବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ଆଜି ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ନଗର କୀର୍ତ୍ତନ ସହ ଦୈନନ୍ଦନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପୂର୍ଣ୍ଣାହୁତି ଦିବସରେ ଜଗତେଶ୍ୱର ଦେବଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ୨୧ ଦେବା ଦେବୀଙ୍କ ବିମାନ ଯଥା ଶ୍ରୀ ରାମେଶ୍ବର ଦେବ ବିଜେ ଗବପଦର, ଶ୍ରୀ ଜଗତେଶ୍ୱର ଦେବ ବିଜେ ସୁବୁଦ୍ଧି ପାଟଣା ଓ ତୋଟାପଢା, ଶ୍ରୀ ବୁଢ଼ା ଲିଙ୍ଗେଶ୍ଵର ଦେବ ବିଜେ ଇଞ୍ଜନପୁର, ଶ୍ରୀ ଧବଳେଶ୍ବର ଦେବ ବିଜେ ଭେଲେରି, ଶ୍ରୀ ଗାଦିଶ୍ଵର ଦେବ ବିଜେ ବଡ଼କୂଳ, ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡ଼କୂଳ, ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ଗାଲୁଆ, ଶ୍ରୀ ଜଗତେଶ୍ୱର ଦେବ ବିଜେ ମଙ୍ଗଳପୁର, ଶ୍ରୀ ରାଧାମୋହନ ଦେବ ବିଜେ ଛେଢାପଦର, ଶ୍ରୀ ଦଧିବାମନ ଦେବ ବିଜେ ବିଧାରପୁର, ଶ୍ରୀ ବାଳମୁକୁନ୍ଦ ଦେବ ବିଜେ ଚନ୍ଦ୍ରାପୁଟ, ଶ୍ରୀ ରଘୁନାଥ ଦେବ ବିଜେ ଖାରିବନ୍ଧ, ଶ୍ରୀ ରାଧାକୃଷ୍ଣ ଦେବ ବିଜେ ଗଡ଼ଦ୍ୱାର, ଶ୍ରୀ ଶ୍ୟାମସୁନ୍ଦର ଦେବ ବିଜେ ନୂଆଗଡ଼, ଶ୍ରୀ ଭଗବତ ଦେବ ବିଜେ ଖଡ଼ିକାପଲ୍ଲୀ, ରାଧାଗୋବିନ୍ଦ ଦେବ ବିଜେ ରାଉତରାପଲ୍ଲୀ, ମା’ ଗଣପତୀ ଦେବୀ ବିଜେ ଗଣପତୀ ପାଟଣା, ମା’ ଡ଼ାହାଳେଇ ଦେବୀ ବିଜେ ବଡ଼କୂଳ, ମା’ କନ୍ଧୁଣୀ ଦେବୀ ବିଜେ ବଡ଼କୂଳ ଓ ସୁବୁଦ୍ଧିପାଟଣା ଦଧିବାମନ ଦେବ ପ୍ରମୁଖ ବିଜେ ପ୍ରତିମା ସୁସଜ୍ଜିତ ବିମାନ ସହିତ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମେଳଣ ପଡ଼ିଆରେ ପହଞ୍ଚିଥିଲେ । ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମାଙ୍କ ମେଳଣ ପର୍ଵ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଯଜ୍ଞ କମିଟି ସଭାପତି, ସମ୍ପାଦକ , କମିଟିର ସମସ୍ତ ସଭ୍ୟ ଓ ସୁବୁଦ୍ଧିପାଟଣା ଏବଂ ତୋଟାପଡା ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *