ବାଣପୁର ବନ୍ଧମୁଣ୍ଡେଇ ଗ୍ରାମରେ ଶହେ ଆଠ ହନୁମାନ ଚାଳିଶା ଓ ଘୃତଯଜ୍ଞ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ବନ୍ଧମୁଣ୍ଡେଇ ଗ୍ରାମରେ ଶହେ ଆଠ ହନୁମାନ ଚାଳିଶା ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ମଙ୍ଗଳ କାମନା ନିମନ୍ତେ ଉକ୍ତ ଗ୍ରାମର ସାମ୍ବାଦିକ ସଞ୍ଜୟ କୁମାର ପ୍ରଧାନ ଙ୍କ ଦ୍ଵାରା ଆୟୋଜିତ ଶହେ ଆଠ ହନୁମାନ ଚାଳିଶା ଓ ଘୃତଯଜ୍ଞ ଉତ୍ସବ ରେ ପ୍ରଥମେ ରୀତିନୀତି ଅନୁସାରେ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ଗ୍ରାମ ପୁଷ୍କରିଣୀ ରୁ କଳସ ଯାତ୍ରା ଆରମ୍ଭ କରି ପୂଜା ମଣ୍ଡପରେ ପହଞ୍ଚିଥିଲେ ! ପରେ ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । କଳସ ଯାତ୍ରା ଓ ସମସ୍ତ ପୂଜାର୍ଚ୍ଚନାରେ ସଞ୍ଜୟ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପ୍ରଧାନ ଙ୍କ ସହିତ ଭୁବନେଶ୍ଵର ରୁ ଆସିଥିବା ସାତ ଜଣ ପଣ୍ଡିତ ମହାରାଜ ସାମିଲ ହୋଇଥିଲେ । ସଞ୍ଜୟ ପ୍ରଧାନ ଏହି ଉତ୍ସବ କୁ ନିଜ ବନ୍ଧମୁଣ୍ଡେଇ ଗ୍ରାମରେ ତିନି ବର୍ଷ ଧରି କରୁଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଶହେ ଆଠ ହନୁମାନ ଚାଳିଶା ଓ ଘୃତଯଜ୍ଞ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଉତ୍ସବର ସନ୍ଧ୍ୟା ସମୟରେ ଗ୍ରାମବାସୀ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।

Leave a Reply

Your email address will not be published. Required fields are marked *