ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାଶରଥିପୁର ହରିଜନ ସାହିରେ ମନ୍ଦିର ଓ ଜମି ଜାଗାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠି କନ୍ଦଳ ଦେଖିବାକୁ ମିଳିଛି । ଉଭୟ ଗୋଷ୍ଠୀ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ସାହାଯ୍ୟରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଉଭୟ ପକ୍ଷରୁ କିଛି ଆହତ ହୋଇଥିବାର ଜଣାପଡିଛି । ଖବର ପାଇ ବାଣପୁର ପୋଲିସ୍ ହରିଜନ ସାହିରେ ପୋଲିସ୍ ଫୋର୍ସ ମୁତୟନ କରିଛି । ଉଭୟ ଗୋଷ୍ଠୀଙ୍କ ଲିଖିତ ଅଭିଯୋଗ କ୍ରମେ ବାଣପୁର ପୋଲିସ୍ ପ୍ରଥମ ପକ୍ଷର ଅଭିଯୋଗ କ୍ରମେ ଆଇପିସି ର ଧାରା ୧୪୭/୩୪୧/୨୯୪/୩୨୩/୩୦୭/୪୨୭/୫୦୬/୧୪୯ ଅନୁଯାୟୀ ବାଣପୁର ପି ଏସ କେଶ୍ ନଂ ୧୨୮/୨୩ ୠଜୁ କରିଥିବା ବେଳେ ଦ୍ଵିତୀୟ ପକ୍ଷର ଅଭିଯୋଗ କ୍ରମେ ଆଇପିସି ର ଧାରା ୧୪୭/୧୪୮/୩୪୧/୨୯୪/୩୨୩/୫୦୬/୧୪୯ ଅନୁଯାୟୀ ବାଣପୁର ପି ଏସ କେଶ୍ ନଂ ୧୨୯/୨୩ ଋଜୁ କରି ଉଭୟ ପକ୍ଷରୁ ୧୮ ଜଣଙ୍କୁ ଗିରଫ କରି ବାଣପୁର ମାନ୍ୟବର ଜେ ଏମ୍ ଏଫ୍ ସି ଙ୍କ କୋର୍ଟକୁ ଚାଲାଣ କରିଛି । ଘଟଣା ଉପରେ ବାଣପୁର ପୋଲିସ୍ ତରଫରୁ ତଦନ୍ତ ଜାରି ରହିଥିବା ବେଳେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି । ଅନ୍ୟ କିଛି ଅଭିଯୁକ୍ତ ମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ଥିବାର ବାଣପୁର ଥାନା ଅଧକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି ।
ବାଣପୁର ଦାଶରଥିପୁର ହରିଜନ ସାହିରେ ଗୋଷ୍ଠି କନ୍ଦଳ : ୧୮ ଗିରଫ !!!

