ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଓଡିଶା ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ଓଡ଼ିଶାରେ ଓଡିଶା ଦିବସ ପାଳନ ହେଉଥିବା ବେଳେ , ଆଜି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ଗୋଦାବରୀଶ ବିଦ୍ୟାପୀଠ, ଗୋଦାବରୀଶ କଲେଜ ପରିସର ଯୋଗୀ ପୋଖରୀ ନିକଟରେ ଥିବା ଗୋଦାବରୀଶ ମିଶ୍ର ଙ୍କ ପ୍ରତୀମୂର୍ତ୍ତୀ , ଜାତିର ପିତା ମହାତ୍ମା ଗାନ୍ଧୀ ଓ ବାଣପୁର ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଏବଂ ପଲଟଣ ପଡ଼ିଆରେ ଥିବା ସହିଦ କୃତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଅଫିସ ଠାରେ ପହଞ୍ଚି ସମସ୍ତେ ଉତ୍କଳ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ସମେତ ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର ଙ୍କ ସମେତ ସମାଜସେବୀ ମନୋଜ ବାରିକ୍, ରମେଶ ବାରିକ୍, କାଉନସିଲର ଦୀପକ ପ୍ରଧାନ, ରାସଲତା ଜେନାଙ୍କ ସମସ୍ତ ୱାର୍ଡ ର କାଉନସିଲର , ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ମହା ପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *