ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ପରବଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୧୨ ବର୍ଷର ନାବାଳିକା ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ହୋଇଥିବାର ସୂଚନା ମିଳିଛି । ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ନାଚୁଣୀ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନାଚୁଣୀ ଥାନା ଅଧିନସ୍ଥ ପରବଳ ଗ୍ରାମର ସଂଗ୍ରାମ ସୁବୁଦ୍ଧି । ପୀଡ଼ିତା ନାବାଳିକା ଜଣଙ୍କ ଅଭିଯୁକ୍ତ ସଂଗ୍ରାମ ସୁବୁଦ୍ଧି ଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ଉଭୟ ପିଡୀତା ଓ ଅଭିଯୁକ୍ତ ଙ୍କ ଡାକ୍ତରୀ ମାଇନା କରାଯିବା ପରେ ତଦନ୍ତ ତ୍ଵରାନିତ କରାଯିବ ବୋଲି ନାଚୁଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ନାଚୁଣୀ ଥାନା ଅଞ୍ଚଳରେ ୧୨ ବର୍ଷର ନାବାଳିକା ୪ ମାସର ଗର୍ଭବତୀ : ଅଭିଯୁକ୍ତ ଅଟକ !!!

