ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମରଣିକା ଉନ୍ମୋଚିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମରଣିକା ମହାମହିମ ରାଜ୍ୟପାଳ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ! ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ପରିବେଶବିତ୍, ଶ୍ରୀ ଗଣେଶ ଚନ୍ଦ୍ର ସାମନ୍ତ ସମାଜ ସେବୀ, ଶ୍ରୀ ରକ୍ଷକ ନାୟକ ଓ ଆଇ ଏସ ସିପିଆରଓ ରାଜ୍ୟପାଳ ଏବଂ ଶ୍ରୀ ପ୍ରଦୀପ ଦାସ ରୋଟାରୀଆନ୍ ସମସ୍ତଙ୍କର କରକମଳରେ ରାଜଭବନ ପରିସରରେ ଉନ୍ମୋଚିତ ହୋଇଅଛି ସ୍ମରଣିକା । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ୍ ଜୀ ଙ୍କ ମତରେ ଶ୍ରୀମତୀ କୁମୁଦିନୀ ପଣ୍ଡା ଜଣେ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ଏକ ଚେତନା । ତାଙ୍କର ସାଧନା ଓ ସିଦ୍ଧି ସବୁବେଳେ ପ୍ରେରଣାଦାୟୀ । ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କର ବିଶେଷ ଭୂମିକା ରହିଛି । ଏପରି ମହିୟସୀ ମହିଳା ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀଙ୍କୁ ତାଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ମହାମହିମ ରାଜ୍ୟପାଳ !

Leave a Reply

Your email address will not be published. Required fields are marked *