ଜୟ ଭାରତ ସତ୍ୟାଗ୍ରହ ଓ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଓ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ କରାଯିବାର ବିରୋଧ କରି ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବାଲିଗୁଡାର ପୂର୍ବତନ ବିଧାୟକ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଜନ ବିରୋଧୀ କାର୍ଯ୍ୟର ପ୍ରତିବାଦର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ମାଝୀ, ସମ୍ପାଦକ ଗୋପାଳ ଦଳେଇ, ମହିଳା ସଭାନେତ୍ରୀ ରେଣୁକା ପାତ୍ର, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ ପଣ୍ଡା, ଗୁମ୍ମା ବ୍ଳକ କଂଗ୍ରେସ ସଭାପତି ଲଳିତ ମୋହନ ଦଣ୍ଡସେନା, ଆର ଉଦୟଗିରି ବ୍ଳକ କଂଗ୍ରେସ ସଭାପତି ଲକ୍ଷ୍ମୀ ପାଇକ, ନୂଆଗଡ଼ ବ୍ଳକ କଂଗ୍ରେସ ସଭାପତି ଜାକବ ରାଇକା ଓ ମୋହନା ବିଧାୟକ ପ୍ରତିନିଧି ମାଫିଏଲ ସ୍ୱାଲସିଂଙ୍କ ସମେତ ବହୁ ନେତା ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *