ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଅନ୍ତର୍ଗତ ସୁନାକେରା ଗାୟତ୍ରୀ ଆଶ୍ରମ ନିକଟରେ ପୂଜା କରି ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଅବସରରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଯାଇଛି l ବାଣପୁର କୃଷି ଆତ୍ମାର ଅଧ୍ୟକ୍ଷ କୁମାର ଜଗତ ବଲ୍ଲଵ ମହାରଥା ଓ ମୁଖ୍ୟକୃଷି ଅଧିକାରୀ ଅଜୟ କୁମାର କର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁର ସାଂସଦ ପ୍ରତିନିଧି ଯଦୁ ପ୍ରଧାନ ଓ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ସହକାରୀ ବଇସୟିକ ପରିଚାଳକ ରୂପକେତନ ସ୍ୱାଇଁ, ଶୁଚିସ୍ମିନ ଲେଙ୍କା, ଧୀରେନ୍ଦ୍ର ପ୍ରଧାନ, ଜହର ଲାଲ ସୋରି, ଶିଶିର ମାଝି ଗ୍ରାମସେବକ ବିଶ୍ୱଜିତ ରାଉତରାୟ ଯୋଗ ଦେଇ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ଅଖି ମୁଠି ଅନୁକୂଳ କରିଥିଲେ l ସମସ୍ତେ କୃଷକ ମାନଙ୍କର ଏହି ପର୍ବରେ ବାଣପୁର ବ୍ଲକ ର ଚାଷ ଅନୁକୂଳ ପାଗ ଉନ୍ନତ ଫସଲ ନିମିତ୍ତ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ I
ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ ଆତ୍ମା ଅଧ୍ୟକ୍ଷ !!!

