କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବହୁ ବର୍ଷ ଧରି ସାମାଜିକ, ନୈତିକ ଓ ଅଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରୁଥିବା ମହାନ ସନ୍ଥ କଟକ ସଦର ମାଟିର କୃତି ସନ୍ତାନ ତଥା ନିଆଳି ବ୍ଲକ ପତ୍ରପଣା ସ୍ଥିତ ଆପେକ୍ସ ଆଇଟିଆଇର ଅଧ୍ୟକ୍ଷ ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ “ଅଧ୍ୟାତ୍ମିକ ବ୍ୟକ୍ତିତ୍ଵ ସମ୍ମାନ” ପ୍ରଦାନ କରାଯାଇଛି । କଟକ ସଦରର ସାମାଜିକ ସାଂସ୍କୃତିକ ସଂସଦ ଦ୍ଵାରା କିଶୋରନଗର ଥାନା ମଲ୍ଲିପୁରଠାରେ ଆୟୋଜନ ହୋଇଥିବା ମହାନଦୀ ତଟ ଉତ୍ସବରେ ପ୍ରାକ୍ତନ କ୍ରୀଡାମନ୍ତ୍ରୀ ତଥା ବର୍ତମାନର କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ସମ୍ମାନିତ କରିଥିଲେ । ଏହି ମର୍ଯ୍ୟାଦା ଜନକ ସମ୍ମାନ ନେଇ ସ୍ତମ୍ଭକାର, ପ୍ରବଚକ, ଶିକ୍ଷାବିତ୍, ବିଶିଷ୍ଟ ସମାଜସେବୀ ତଥା ବହୁମୁଖି ପ୍ରତିଭା ବରେଣ୍ୟ ଇଂ. ଶ୍ରୀ ସନ୍ନ୍ୟାସୀ ଜୀଙ୍କୁ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ବତୀ କଳା ପରିଷଦ କନ୍ଦରପୁର, ଉତ୍କଳ ବିକାଶ ପରିଷଦ କଟକ ସଦର, କିଶନନଗର ଶିଶୁ ମଙ୍ଗଳ କ୍ଲବ, ଦିବ୍ୟାଲୋକ ସନ୍ଧାନେ ର ମୁଖ୍ୟ ସମ୍ପାଦକ ଡକ୍ଟର ଶରତ କୁମାର ରଥ, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଆଶିନି କୁମର ମହାପାତ୍ର, ସୂର୍ଯ୍ୟ ଗୁରୁକୁଳ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ଛୋଟରାୟ, ଗ୍ରାମାଞ୍ଚଳ ବିକାଶ ପରିଷଦ ସଭାପତି ବିପିନ ବେହେରା, କଟକ ସଦର ପ୍ରେସ କ୍ଲବର ସଭାପତି ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ମହାପାତ୍ର ଓ ସମ୍ପାଦକ ବରିଷ୍ଠ ସାମ୍ୱାଦିକ ପ୍ରତାପ କେଶରୀ ପାତ୍ର ସମେତ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି ।
ମହାନଦୀ ତଟୋତ୍ସବରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ପ୍ରବଚକ ଇଂ.ଶ୍ରୀ ସନ୍ନ୍ୟାସୀ ଜୀ !!!

